ତାଜମହଲରେ ନମାଜ ପାଠ କରି ୪ ପର୍ଯ୍ୟଟକ ଗିରଫ

ଦେଶରେ ଏବେ ଲଗାତର ଭାବେ ମନ୍ଦିର ଓ ମସଜିଦକୁ ନେଇ ବିବାଦ ଥମିବାର ନାଁ ଧରୁନି ।

(ଆଗ୍ରା) : ଦେଶରେ ଏବେ ଲଗାତର ଭାବେ ମନ୍ଦିର ଓ ମସଜିଦକୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହାରି ଭିତରେ ଆଗ୍ରା ତାଜମହଲ ପରିସରରେ ଥିବା ମସଜିଦ୍‌ରେ ନମାଜ ପାଠ କରୁଥିବା ୪ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି।

ଗିରଫ ୪ ଯୁବକଙ୍କ ମଧ୍ୟରୁ ୩ ଜଣ ହାଇଦ୍ରାବାଦର ଓ ଜଣେ ଆଜମଗଡର ବୋଲି ଜଣାପଡିଛି। ଏହି ୪ ଜଣ ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରୁଥିଲେ। ଏନେଇ ତାଜମହଲ ସୁରକ୍ଷାରେ ଥିବା ସିଆଇଏସ୍‌ଏଫ ଯବାନଙ୍କୁ ସୂଚନା ମିଳିବା ପରେ ଉକ୍ତ ୪ ଜଣ ପର୍ଯ୍ୟଟକଙ୍କୁ ଧରି ସ୍ଥାନୀୟ ପୋଲିସ ଜିମା ଦିଆଯାଇଥିଲା ।

ସୂଚନାନୁଯାୟୀ , ବୁଧବାର ଦିନ ହାଇଦ୍ରାବାଦରୁ ୪ ଜଣ ଯୁବକ ଆଗ୍ରା ତଜମହଲ ବୁଲିବାକୁ ଆସିଥିଲେ। ଏହି ୪ ଜଣ ତାଜମହଲ ବୁଲିବା ପରେ ତା’ ପରିସରରେ ଥିବା ମସଜିଦ ପାଖରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ସେମାନେ ନମାଜ ପାଠ କରିବାକୁ ଲାଗିଥିଲେ। ପୋଲିସ ୪ ପର୍ଯ୍ୟଟକଙ୍କ ବିରୋଧରେ ଆଇପିସି ଧାରା ୧୫୩ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିଥିଲା।