ଗତ ୨୪ ଘଣ୍ଟାରେ ଦେଶରୁ ୨ ହଜାର ୧୨୪ ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି ।

(ଦିଲ୍ଲୀ) : ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ୨ ହଜାର ୧୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୭ ଲୋକଙ୍କ ମୃତ୍ୟୁ ହୋଇଛି। ସୂଚନା ଥାଉକି ଗତ କାଲି କରୋନାରେ ୩୧ ଜଣ ପ୍ରାଣ ହରାଇଥିଲେ। ଅନ୍ୟପଚେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇ ୦.୪୬ ହୋଇଛି। ସେହିଭଳି ଦିଲ୍ଲୀରେ ସଂକ୍ରମିଣ ହାର ୨.୨୭ ପ୍ରତିଶତ ହୋଇଛି।

ସେହିଭଳି ଗତ ୨୪ ଘଣ୍ଚାରେ ୧,୯୭୭ ଲୋକ ଡିସଚାର୍ଚ୍ଚ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସ୍କକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୯୭୧ ହୋଇଛି।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୪୧୮ ମାମଲା ସାମ୍ନାକୁ ଆସିଛି ଏବଂ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ୩୯୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।