ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଫେରାଇବାକୁ ନୋଟିସ

ଉତ୍ତରପ୍ରଦେଶ : ବହୁ ସମୟର ଅପେକ୍ଷା ପରେ କେନ୍ଦ୍ର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ୧୧ କିସ୍ତିର ଟଙ୍କା କୃଷକଙ୍କୁ ଦେବାକୁ ଯାଉଛି । ଏହି ଟଙ୍କା ମେ ୩୧ରେ ଚାଷୀଙ୍କ ଖାତାକୁ ଯିବ । ହେଲେ ଯେଉଁମାନେ  ଅଯୋଗ୍ୟ ଚାଷୀ ହୋଇ ତାଙ୍କ ନେଉଛନ୍ତି ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି  । କାରଣ ସେମାନଙ୍କୁ ଟଙ୍କା ଫେରାଇବାକୁ ନୋଟିସ ହୋଇଛି । ଉତ୍ତରପ୍ରଦେଶର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଗୋଟିଏ ଜିଲ୍ଲାରେ ପ୍ରାୟ ୮ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୬.୫୨ ଲକ୍ଷଙ୍କୁ ଏହି ରାଶି ମିଳିଛି । ତେବେ କୃଷି ବିଭାଗ ତରଫରୁ ଏସମସ୍ତଙ୍କୁ ରାଶି ଫେରାଇବାକୁ ନୋଟିସ ହୋଇଛି ।

ଗୋଟିଏ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬.୫୨ ଲକ୍ଷ ଲୋକଙ୍କୁ ପିଏମ କିଷାନର ରାଶି ମିଳିଛି ବୋଲି କୃଷି ଉପନିର୍ଦ୍ଦେଶକ ଅରବିନ୍ଦ ମୋହନ କହିଛନ୍ତି ।  ତେବେ ସବୁଠାରୁ ବଡ କଥା ଏଥିରୁ ୩ ହଜାର ୨ ଶହ ଏଭଳି ଅଛନ୍ତି ଯେଉଁମାନେ ଆୟକର ଜମା କରୁଛନ୍ତି ।  ସେହିଭଳି ୨୯ ଶହ ଭୂମିହୀନ ଓ ଅନ୍ୟକାରଣରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ସରକାରଙ୍କ ତରଫରୁ ଏମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି ।