ହାତକୁ ଦି ହାତ ହେଲେ ବେବି ଡଲ୍‌ ଫେମ୍‌ କନିକା କପୁର

ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଗୌତମଙ୍କ ସହ ବିବାହ କରିବାକୁ ଯାଉଛନ୍ତି ୪୩ ବର୍ଷୀୟା କନିକା। ଲଣ୍ଡନରେ ସରିଛି କନିକାଙ୍କ ହଳଦୀ ଓ ମେହେନ୍ଦୀ ସେରିମନି।

(ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍‌ ଫେମ୍‌ କନିକା କପୁର। ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଗୌତମଙ୍କ ସହ ବିବାହ କରିବାକୁ ଯାଉଛନ୍ତି ୪୩ ବର୍ଷୀୟା କନିକା। ଲଣ୍ଡନରେ ସରିଛି କନିକାଙ୍କ ହଳଦୀ ଓ ମେହେନ୍ଦୀ ସେରିମନି।

ଗୌତମ ଜଣେ ଏନଆରଆଇ ବିଜନେସମ୍ୟାନ। ପୂର୍ବରୁ କନିକା ରାଜ ଚନ୍ଦୋକ ନାମକ ଏନଆରଆଇ ବିଜନେସମ୍ୟାନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏହା କନିକାଙ୍କ ଦ୍ୱିତୀୟ ବିବାହ ।

ସୂଚନାନୁଯାୟୀ , ମେହେନ୍ଦୀ ସେରିମନିରେ କନିକା ନିଜ ଲୁକ୍‌କୁ ସିମ୍ପଲ ରଖିଥିବା ବେଳେ ଖୁବ୍‌ ସୁନ୍ଦର ଲାଗୁଥିଲେ। ମାତ୍ର ୧୮ ବର୍ଷର ଥିବା ବେଳେ କନିକା ରାଜ ଚୌନ୍ଦକ ନାମକ ଏନଆରଆଇ ବିଜନେସମ୍ୟାନଙ୍କୁ ପ୍ରଥମ ବିବାହ କରିଥିଲେ । ୨୦୧୨ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ସ୍ୱାମୀଙ୍କ ସହ ରହିଥିବା ବେଳେ ଉଭୟଙ୍କର ୩ଟି ସନ୍ତାନ ଅଛନ୍ତି।

ଏହାପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲା। ବିଚ୍ଛେଦ ପରେ କନିକା ମୁମ୍ବାଇ ଆସି ମ୍ୟୁଜିକ୍‌ରେ କ୍ୟାରିଅର ଆରମ୍ଭ କରି ବେଶ୍‌ ସଫଳତା ପାଇଥିଲେ। ଶେଷରେ ଆଜି ସାତ ଦରିଆ ପାରି ଲଣ୍ଡନରେ ପରିବାର ସଦସ୍ୟଙ୍କ ଗହଣରେ ଉଭୟ ସାଜିବେ ପତିପତ୍ନୀ। କନିକାଙ୍କୁ ବଧୂ ବେଶରେ ଦେଖିବାକୁ ତାଙ୍କ ଫ୍ୟାନ୍ସ ଖୁବ୍‌ ଏକ୍ସାଇଡେଟ ଅଛନ୍ତି।