ହିଞ୍ଜିଳିକାଟୁ ପୌରକାର୍ଯ୍ୟାଳୟ ଠାରେ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ/ ରଜନୀ କାନ୍ତ ପାତ୍ର : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ  ପୌର ପରିଷଦ ପକ୍ଷରୁ କାର୍ଯ୍ୟାଳୟ ଠାରେ ପୌର ପରିଷଦ ନଗରପାଳ ସୁବାସ ପୋଲାଇ ସଭାପତିତ୍ବ ଅନୁଷ୍ଠିତ ବୈଠକ ରେକାର୍ଯ୍ଯନିର୍ବାହ ଅଧିକାରୀ ମନୋରଞ୍ଜନ ସାହୁ ପରିଚାଳନା କରିଥିଲେ ।  ବୈଠକ ରେ ପାନୀୟ ଜଳ ଯୋଗାଣ, ପରିମଳ, ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଯାତ୍ରା ତିନି ଦିନ ମଦ ଦୋକାନ ବନ୍ଦ ଉପରେ ଗୁରୁତ୍ଵ ଦିଆଯାଇଥିଲା । ଦୀର୍ଘ ୨ବର୍ଷ ଧରି କରୋନା ମହାମାରୀ ପାଇଁ ଯାତ୍ରା ଅନୁଷ୍ଠିତ ହେଉନଥିବା ବେଳେ   ଚଳିତ ବର୍ଷ ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

ଆଜିର ଏହି ପ୍ରସ୍ତୁତି ବୈଠକ ନଗରପାଳ ସୁବାଷ ଚନ୍ଦ୍ର ପୋଲାଇ,ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଅଧିକାରୀ ଅଭିମନ୍ୟୁ ଦାସ,ଅଗ୍ନିଶମ ଅଧିକାରୀ ଗୌତମ ସାହୁ, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ ମିଶ୍ର, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ, ଅବକାରୀ ଅଧିକାରୀ ଯାତ୍ରା କେଉଟ ସାହି କମିଟିର ହିମାଂଶୁ ବେହେରା, ମନମୋହନ ପାଢ଼ୀ ,ଭିକା ବେହେରା , ଗୋପବନ୍ଧୁବେହେରା,ପାଟଣା ସାହି ଯାତ୍ରା କମିଟିର , ରାଙ୍ଗୁଣୀ ସାହି ଯାତ୍ରା କମିଟି ର ଅଧିକାରୀ ବଂଶୀଧର ସାହୁ, ଦିଲ୍ଲୀପ ବୈଠାରୁ, ସୁବାଷ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ ।