ବଗି ଛାଡି ଚାଲିଗଲା ଇଞ୍ଜିନ : ଅଘଟଣରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ

ରାୟଗଡ଼ା : ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ । ଆନ୍ଧ୍ରରେ ସୀତାନଗରମ୍ ଷ୍ଟେସନ ପାଖରେ ବଗି ଛାଡି ଚାଲିଗଲା ଇଞ୍ଜିନ ।  ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନେକ ଯାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସୀତାନଗରମ୍ ଷ୍ଟେସନରେ ।

ବଗି ଛାଡି ଚାଲିଯିବାର ଦୀର୍ଘ ଦୁଇ କିଲୋମିଟର ଯିବାପରେ ପୁଣି ଫେରିଥିଲା ଇଞ୍ଜିନ । ରେଳରେ ୨୨ଟି ବଗି ଥିବା ସୂଚନା ରହିଛି । ତେବେ ବଗି ଛାଡି ଚାଲିଯିବାର କାରଣ କଣ ତାହା ଏ ଯାଏଁ ଜଣାପଡିନି ।