ଅନ୍ ଲାଇନ ଔଷଧ ବିକ୍ରିକୁ ଦିଲ୍ଲୀ ହାଇକୋର୍ଟଙ୍କ ନାଁ

(ରିପୋର୍ଟସ ଟୁଡ଼େ): ଅନ୍ ଲାଇନ ବା ଇଣ୍ଟରନେଟ ଜରିଆରେ ଔଷଧ କାରବାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ସମେତ ଦେଶର ସବୁ ଅଚଂଳରେ ଇ ଫାର୍ମା ବା ଅନ୍ଲାଇନ ଔଷଧ କାରବାରକୁ ବନ୍ଦ କରିବା ପାଇଁ ଦିଲ୍ଲୀର ଆପ୍ ସରକାର ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି ।
ଜାହିର ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ବିଚାର କରି ବିଚାରପତି ରାଜେନ୍ଦ୍ର ମନେନ୍ ଓ ଭି କେ ରାଓଙ୍କୁ ନେଇ ଗଠିତ ଦିଲ୍ଲୀ ହାଇକୋର୍ଟ ଖଣ୍ଡପୀଠ ଉପରୋକ୍ତ ନିର୍ଦେଶ ଦେଇଛନ୍ତ୍ି । ସୁଚନାଯୋଗ୍ୟ ଦୈନିକ ଅନ୍ଲାଇନରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ କିଣାବିକା ହେଉଛି । ବିନା ଅନୁମତି ଓ ବିନା ଡ଼ାକ୍ତର ପରାମର୍ଶରେ ଏହି ବ୍ୟବସାୟ ଚାଲୁଥିବା ବେଳେ ଏହା ଉପରେ କାହାର ନିୟନ୍ତ୍ରଣ ରହୁନାହିଁ । ଏଥିଯୋଗୁଁ ଲୋକଙ୍କ ଜୀବନ ଊପରେ ବିପଦ ଆଙ୍କା ରହିଛି । ଡ଼୍ରଗ୍ସ ଆଣ୍ଡ କସମେଟିକସ ଆକ୍ଟ ୧୯୪୦ ଓ ଫାର୍ମାସୀ ଆକ୍ଟ ୧୯୪୮ ଅଧୀନରେ ମଧ୍ୟ ଅନ୍ ଲାଇନ ଔଷଧ କାରବାରକୁ ନିଷେଧ କରାଯାଇଛି । ଅନ୍ ଲାଇନ କାରବାର କନ୍ଦ କରିବାକୁ ଡ଼୍ରଗ୍ସ କଣ୍ଟ୍ରୋ ଜେନେରାଲ ଅଫ୍ ଇଣ୍ଡିଆ ସମସ୍ତ ରାଜ୍ୟର ଡ଼୍ର୍ରଗ୍ସ କଣ୍ଡ୍ରୋଲରମାନଙ୍କୁ ୨୦୧୫ ନିର୍ଦେଶ ଦେଇଛନ୍ତି । ତଥାପି ଏହା ଊପରେ ଅଙ୍କୁଶ ଲାଗିପାରୁନାହଁ । ଅନ୍ଲାଇନ୍ ଔଷଧ କାରବାର ଉପରେ ନିୟନ୍ତ୍ରଣ ପାଇଁ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଏକ ଚିଠା ନୀତି ପ୍ରସ୍ତୁତ କରିଛନ୍ତି ।