(ରାଞ୍ଚି) : ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଜାମଶେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି।’
ପ୍ଲାଣ୍ଟରେ ନିଆଁ ଲାଗିବା ଏବଂ ଗ୍ୟାସ୍ ଲିକ୍ ହେବା ପରେ କର୍ମଚାରୀଙ୍କୁ ତୁରନ୍ତୁ ସୁରକ୍ଷିତ ଭାବେ ପ୍ଲାଣ୍ଟରୁ ବାହାର କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଏକାଧିକ ଦମକଳ ଗାଡି ପହଞ୍ଚିଛି।
ସୂଚନାନୁଯାୟୀ , ଆଇଏମଏମଏମ କୋକ୍ ପ୍ଲାଣ୍ଟର ବ୍ୟାଟେରୀ ନମ୍ବର ୬ ଏବଂ ୭ରେ ଏହି ବିସ୍ଫୋରଣ ହୋଇଛି। ନିଆଁ ଲିଭାଇବା କାମ ଜାରି ରହିଥିବା ବେଳେ ପୂରା ଅଞ୍ଚଳକୁ ବ୍ୟାରିକେଡ କରାଯାଇଛି। ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ କର୍ମଚାରୀଙ୍କ ଛାତରେ ଯନ୍ତ୍ରଣା ହୋଇଥିଲା। ସେହି କର୍ମଚାରୀଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।