ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ନେଇ ମତ ରଖିଲେ ରାହୁଲ ଗାନ୍ଧୀ

(ରିପୋର୍ଟସ ଟୁୁଡ଼େ): ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ଛତିଶଗଡ଼ , ରାଜସ୍ଥାନ ଓ ମଧ୍ୟପ୍େରଦଶର କଂଗ୍ରେସ ସରକାର ଗଠନ କରିବାକୁ ଦାବିଦାର ହୋଇଛି । ଏହି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଖୁବ୍ଶୀଘ୍ର ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବ ବୋଲି କହିଛନ୍ତି ରାହୁଲଗାନ୍ଧି । ।ସେ ନେଇ କାର୍ଯ୍ୟକତର୍୍ାଙ୍କ ଠାରୁ ମତାମତ ନେବା ସହ ବିଧାୟକଙ୍କ ସହ ଆଲୋଚନା କରିଥିବା କଥା କହିଛନ୍ତି ।
ସୁଚନା ଅନୁସାରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ତାକୂ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ରାଜସ୍ଥାନରେ ଦୁଇ ଆଶାୟୀ ରହିଛନ୍ତି । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲୋତ, ଆଉ ଜଣେ ଯୁବ ଚେହେରା ସଚିନ୍୍ ପାଇଲଟ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି । ମଧ୍ୟପ୍ରଦେଶରେ ବି ସମାନ ସ୍ଥିତିରେ ରହିଛି । କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି । ମଧ୍ୟପ୍ରଦେଶରେ କମଲନାଥ ଆଗୁଆ ଥିବାବେଳେ ରାଜସ୍ଥାନରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ଅଛନ୍ତି ।