(ଦିଲ୍ଲୀ) : ପୁଣି ମୁଣ୍ଡ ଟେକିଲାଣି ମହାମାରୀ କରୋନା । ଦିନକୁ ଦିନ ବଢ଼ିଚାଲିଛି ଦୈନିକ ସଂକ୍ରମଣ ମାମଲା। ଏହାରି ଭିତରେ ରାଜୀବ ଗାନ୍ଧି ନ୍ୟାସନାଲ ଲ’ ୟୁନିର୍ଭସିଟିରେ ଦେଖିବାକୁ ମିଳିଛି କରୋନା ମାମଲା ।
ପଞ୍ଜାବ ପଟିଆଲା ସ୍ଥିତ ଲ’ ୟୁନିର୍ଭସିଟିରେ ଏକାଥରକେ ୬୦ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ବିଶ୍ୱବିଦ୍ୟାଳୟକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ସୂଚନାନୁଯାୟୀ , ସଂକ୍ରମିତ ଛାତ୍ରଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ଛାତ୍ରଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଆଇସୋଲେଟ୍ କରି ରଖାଯାଇଛି।