ଗଛର ମଣିଷ !

ବ୍ୟୁରୋ: ପରିବେଶ କହିଲେ ଆମେ ଜାଣୁ ବୃଷ, ଲତା, ପାଣିପବନ । ବୃକ୍ଷ ଆମକୁ ଅମ୍ଳଜାନ ଦେଇ ଜୀବନ ବଂଚାଇଥାଏ । ଅନେକ ମଣିଷ ଅଛନ୍ତ ି ଗଛକୁ କାଟି ନିଜ କାମରେ ଲଗାଉଥିବା ବେଳେ ଆଉ କିଛି ମଣିଷ ଗଛ ଲତାକୁ ଭଲ ପାଇଥାନ୍ତି । ଯେଉଁଥି ପାଇଁ ନିଜ ଘର ଅଗଣା ଠାରୁ ଆରମ୍ଭ ବାହାର ପର୍ଯ୍ୟନ୍ତ ଗଛ ଲଗାଇ  ଅନ୍ୟ ମାନଙ୍କ  ପାଇଁ ଉଦାହରଣ ପାଲଟିଥାନ୍ତି । ଏବେ ଅନେକ ସ୍ଥାନରେ ଦେଖିବାକୁୂ ମିଳୁଛି ଜଙ୍ଗଲରୁ ଗଛ କାଟି ସଫା କରିଦିଆ ଯାଉଛି । କିନ୍ତୁ ଆମେ ଆଜି ଏମିତି ଜଣେ ମଣିଷଙ୍କୁ ଦେଖାଇବମୁ ଯିଏ ୩୦୦୦ରୁ ଉଦ୍ଧ୍ୱର୍ ଗଛ ଲଗାଇ ସୃଷ୍ଟି କରିଛନ୍ତି ନିଜ ପରିଚୟ । ବୃକ୍ଷକୁ ଭଲ ପାଉଥିବା ଏ ଭଳି ଆପଣ କେଉଁଠି ଦେଖି ନଥିବେ  । ଯିଏ ନିଜ ଜମିରେ ସୃଷ୍ଟି କରିଛନ୍ତି ଏକ ଛୋଟ ଜଙ୍ଗଲ ।

ସେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଜଣେ ହୃଦୟବାନ ବ୍ୟକ୍ତି । ଯାହାର ମନରେ ବୃକ୍ଷ ପାଇଁ  ସ୍ୱତନ୍ତ୍ର ଜାଗା ରହିଛି । ହଁ ଆଜ୍ଞା ସେ ସେ ହେଉଛନ୍ତି , ଆଳି ବ୍ଲକ ମାଲପାଟଣାରେ ଗ୍ରାମର ରାଜେଦ୍ର ଲେଙ୍କା । ମୂଲ ଲାଗିଲେ ତାଙ୍କ ଘରର  ଚୁଳି ଜଳେ  । କିନ୍ତୁ  ଗଛ ଲଗାଇବା ସେ କେବେ ଭୁଲନ୍ତି ନାହିଁ । ମଜୁରିଆ ଲାଗି ଯାହା ପଇସା ଆଣନ୍ତି, ଘର ଚଳାଇବା ସହିତ ଗଛ କିଣି ଜଙ୍ଗଲ ସୃଷ୍ଟି କରିପାରିଛନ୍ତି । ତାଙ୍କ କହିବା କଥା ଗଛ ଦେଖିଲେ ତାଙ୍କର ଭୋକ ଦୂରେଇଯାଏ । ତାଙ୍କ କହିବା କଥା ବଂଚି ରହିବା ପାଇଁ ବୃକ୍ଷ ନିତ୍ୟାନ୍ତ ଆବଶ୍ୟକ । ଏହି ଆବଶ୍ୟକତାକୁ ପୂରଣ କରିବା ଓ ରକ୍ଷା ନିମନ୍ତେ କରିଛନ୍ତି ଛୋଟ ପ୍ରୟାସ । ଏଥିପାଇଁ ତାଙ୍କୁ କୁହାଯାଉଛି ଗଛର ମଣିଷ ବୋଲି ପରିଚିତ ।

ଯେଉଁଠି ଲୋକମାନେ ନିଜ ଜମିରେ ଅନ୍ୟାନ୍ୟ ପରିବା ଲଗାନ୍ତି ସେଠୀ ଏହି ବ୍ୟକ୍ତି ଆକାଶ ସାଗୁଆନ ଭଳି ଗଛ ଲାଗାଇଥାନ୍ତି । ସକାଳେ ତାଙ୍କ କାମ ସାରି ଟିକେ ସମୟ ମିଳିଲେ ସେ ଗଛ ଲଗାଇଥାନ୍ତି । ନିଜ ଜମିରେ ଘେରି ବାନ୍ଧି ବା ସହ ପଲଥିନ ରେ ମାଟି ଭରି ଚାରା ରୋପଣ କରଥାନ୍ତି । ଗଛ ଲଗାଇ ସେ ଗର୍ବିତ ଅନୁଭବ କରୁଛନ୍ତି । ଗଉ ଗୁଡିକ ବଡ ହୋଇଯାଇଥିବା ଦେଖି ବେଶ ଖୁସି ଅଛନ୍ତି ଆଉ ତା ସହ ଆହୁରୀ ଗଛ ଲଗାଇବା ପାଇଁ ମନବଳାଇଛନ୍ତି । କିନ୍ତୁ ଏ ଖୁସି ଭିତରେ ତାଙ୍କ ଦୁଖ କହିଲେ ନ ସରେ ।

  ନିଜେ ସିନା ପେଟ ପୋଶିବା ଟଙ୍କାରେ ଗଛ ଲଗାଉଛି କିନ୍ତୁ ସରକାର ସହୟତାରୁ ବଂଚିତ ଏହି ମଣିଷ । ବୃକ୍ଷ୍ୟ ପାଇଁ ବାପା ମାଆ ସାଜିଥିବା ବେଳେ ନିଜେ କିନ୍ତୁ ଅନାଥ କହିଲେ ଭୁଲ ହବନି  । ଘର ନାହିଁ ଖାଇବାକୁ ଦୁଇ ଗୁଣ୍ଡା ଭଲରେ ନାହିଁ କିନ୍ତୁ ଗଛ ପ୍ରେମି ସେ ।