ବ୍ୟୁରୋ : ପଟିଆଲାରେ ଖଲ୍ଲିସ୍ଥାନକୁ ବିରୋଧ ଶୋଭାଯାତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ରାଜ୍ୟ ସରକାରଙ୍କର ଚେତା ପଶିଛି । ସରକାର ଆସିଛନ୍ତି ଆକ୍ସନକୁ । ପୋଲିସ ବିଭାଗ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ତିନି ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି ଯେଉଁ ମାନେ ହିଂସା ରୋକିବାରେ ବିଫଳ ହୋଇଥିଲେ । କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କୁ ପୋଲିସର କାର୍ଯ୍ୟଶୈଳୀ ଅସନ୍ତୁଷ୍ଟ ଅଛନ୍ତି ।

ମୋବାଇଲ ଫୋନ,ଇଣ୍ଟରନେଟ ଇତ୍ୟାଦି ଦ୍ୱାରା ହିଂସାକୁ ତ୍ୱରାନିତ୍ୱ କରିବାର ଆଶଙ୍କା କରି ଆଜି ସକାଳ ୯ଟା ୩୦ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସେବାକୁ ବନ୍ଦ କରି ଦିଆଯାଇଛି । ସତର୍କତା ମୂଳକ ଭାବରେ ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଏହି ହିଂସା କାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

ସୂଚନାନୁଯାୟୀ ଗତ କାଲି ଶିବସେନା ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନା କରାଯାଇଥିଲା । ଏହି ଶୋଭାଯାତ୍ରାକୁ ବିରୋଧ କରି କାଳୀ ମନ୍ଦିର ପାଖରେ ଅନ୍ୟ ଏକ ଗୋଷ୍ଠୀ ଥିଲେ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ସେଠାରେ ସଂଘର୍ଷ ଆରମ୍ଭ ହୋଇଥିଲା । ପଥର ମାଡ ସହ ଖଣ୍ଡାରେ ମଧ୍ୟ ପରସ୍ପରକୁ ଆକ୍ରମଣ କରାଯାଇଥିଲା । ସ୍ଥିତି ସୁଧାରିବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲା । ଏହି ଘଟଣା ପରେ ସେଠାରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଥିଲା ।