ମୋତେ ବଞ୍ଚାଅ ମାରିଦେବ ପୁଅ

ଜଳେଶ୍ୱର / ଅଜିତ ସାହୁ : ବାହା ବାହା ରେ ପୁଅ । ତତେ ଜନ୍ମ କରିଥିଲି କଣ ଏଇ ଦିନ ଦେଖେଇବୁ ବୋଲି । କୋଳେଇ କାଖେଇ ବଡ଼ କଲି । ବାହା କଲି । ଆଜି ମୁଣ୍ଡକୁ ହାତ ପାଇଗଲା ବୋଲି ସମ୍ପତ୍ତି ପାଇଁ ମୋତେ ବାଡ଼ଉଛୁ ।
ଦର୍ଶକବନ୍ଧୁ ଟିକେ ଭଲକି ଦେଖନ୍ତୁ ଏଇ ବୁଢ଼ା ବାପା ଟିକୁ । ବୟସ ୭୦ ଟପିଲାଣି । କାନକୁ ଠିକ ସେ ଶୁଣାଯାଉନି କି ଆଖିକୁ ବି ଠିକ ସେ ଦେଖାଯାଉନି । ଆଉ ଏଇ ବୟସରେ ଏଭଳି ଯନ୍ତ୍ରଣା । ବୁଢ଼ା ବୟସରେ ସାହାର ଦେବା ପାଇଁ ଦୁଇ ଦୁଇ ଟି ପୁଅ ବି ଅଛନ୍ତି । କିନ୍ତୁ ପୁଅ ସାହାରେ ଦେବେ କଣ ଓଲଟା ସମ୍ପତ୍ତି ପାଇଁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ଖାଲି ସେତିକି ନୁହେଁ ଯେଉଁ ବାପା ତାଙ୍କୁ ଜୀବନ ଦେଇଥିଲା । ଆଜି ସେହି ବାପାର ଜୀବନ ନେବାକୁ ପଛଉ ନାହିଁ ଭେଣ୍ଡା ପୁଅ । ସତରେ କଣ ମଣିଷ ସ୍ୱାର୍ଥ ପାଇଁ ଏତେ ତଳକୁ ଖସିପାରେ । ସାମାନ୍ୟ କିଛି ସ୍ୱାର୍ଥରେ ଅନ୍ଧ ହୋଇ ନିଜ ଜନ୍ମକଲା ବାପାକୁ ବି ମାରିପାରେ । ଏଦୃଶ୍ୟ ଦେଖିଲେ ଲାଗୁଛି କଳିଯୁଗର ଏ ମଣିଷ ପାଖରେ ସମ୍ପର୍କର ମୂଲ୍ୟ ଆଉ କିଛି ନାହିଁ ।
ଏଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲ ବସ୍ତାଥାନା ଅନ୍ତର୍ଗତ ଚୋରାପଦା ଗ୍ରାମର ବାସିନ୍ଦା ଦେବେନ୍ଦ୍ରଦାସ । ଦେବେନ୍ଦ୍ର ପର ଘରେ ମୂଲ ଲଲାଗି ପୁଅଙ୍କୁ ମଣିଷ କରିଥିଲେ । ବୃଦ୍ଧ ବୟସରେ ଶାନ୍ତିରେ ଘରେ ରହବେ କଣ ଜୀବନ ବଂଚାଇବା ପାଇଁ ମଠ ମନ୍ଦିରରେ ଲୁଚିକି ରହୁଛନ୍ତି । କାଳେ ପୁଅ ମାରିଦେବ ବୋଲି ଡ଼ରରେ ପୋଲିସ ଷ୍ଟେସନ ବି ଯାଉ ନାହାଁନ୍ତି । କିନ୍ତୁ ଆଜି ପହଁଞ୍ଚିଥିବା ତହସିଲ ଅଫିସଙ୍କ ଆଗରେ ନିଜର ସବୁ ସମ୍ପତ୍ତି ସରକାରଙ୍କୁ ଦାନ କରିଦେବେ ବୋଲି କହୁଛନ୍ତି । ଯାହା ପାଇଁ ଏସବୁ ରଖିଥିଲି ସେ ତ ମାଡ଼ ମାରୁଛି ତେଣୁ ଏ ସମ୍ପତ୍ତି ଆଉ କାହା ପାଇଁ ରଖିବି । ଗରିବ ଲୋକଙ୍କ କାମରେ ଲାଗିବ ମୋର ଏହି ସମ୍ପତ୍ତି ।