(ମନୋଜ କୁୂମାର ସାହୁ): ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ରାୟଗଡ଼ା ଜିଲ୍ଲା ଦୌରାଜର୍ଜ । ଗତ ୨୦୧୭ ମାର୍ଚ୍ଚ ୧୨ ତାରିଖ ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହୋଇଥିବା ବେଳେ ଅନୁଷ୍ଠିତ ବେନିୟମ ଜୋନ ଥିବା ପ୍ରଶିକ୍ଷଣ ପ୍ରାର୍ଥୀ ଗଙ୍ଗାଧର ପୁଆଲା ଜିଲ୍ଲାଜର୍ଜଙ୍କ କୋର୍ଟରେ ଆବେଦନ କରିଥିଲେ । ଆଜି ରାୟଗଡ଼ା ଜିଲ୍ଲା ଦୌରାଜର୍ଜ ବିଶ୍ୱଜିତ ଦାସ ଆବେଦନକାରୀ ଓ ତତ୍ କାଳୀନ ନିର୍ବାଚନ ଅଧିକାରୀ ତଥା ପିଡ଼ି ଡ଼ିଆରଡ଼ିଏ ପ୍ରଶାନ୍ତକୁମାର ରଥଙ୍କ ବୟାନ ରେକର୍ଡ଼ କରି ରାୟ ଶୁଣାଇଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ ଏସ ମେହେଶ୍ୱର ରାଓ , ବିଜେଡ଼ି ତରଫରୁ ବ୍ରଜସୁନ୍ଦର ନାୟକ କେଶ୍ ପରିଚାଳନା କରୁଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା କଂଗ୍ରେସ ପକ୍ଷରୁ ଓଳିଲ ନିଯୁକ୍ତ କରାଯାଇନଥିଲା । ତେବେ ଏନେଇ ପୁରୁଷେ।।ତ୍ତମ ଗମାଙ୍ଗଙ୍କ କହିବା ହେଲା ସେ କୋର୍ଟରୁ ନୋଟିସ ପାଇନଥିଲେ । କୋର୍ଟର ସାଟିଫାଏଡ଼ କପି ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଛନ୍ତି ।