କରୋନା ସଂକ୍ରମଣରୁ ରକ୍ଷା କରିବ ବୁଷ୍ଟର ଡୋଜ

ବୁଷ୍ଟର ଡୋଜ ମହାମାରୀ କରୋନା ବିରୋଧରେ ଟିକାର କେତେ ଫଳପ୍ରଦ ହୋଇଛି ତାହା ସାମ୍ନାକୁ ଆସିଛି।

(ଦିଲ୍ଲୀ) : ବୁଷ୍ଟର ଡୋଜ ମହାମାରୀ କରୋନା ବିରୋଧରେ ଟିକାର କେତେ ଫଳପ୍ରଦ ହୋଇଛି ତାହା ସାମ୍ନାକୁ ଆସିଛି। ବୁଷ୍ଟର ଡୋଜ୍‌ ନେଇଥିବା ୭୦% ଲୋକ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିଲେ।

ଭାରତରେ ହୋଇଥିବା ନୂଆ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ବୁଷ୍ଟର ଡୋଜ୍‌ ନେଇଥିବା ପ୍ରାୟ ୬ ହଜାର ଲୋକଙ୍କୁ ଟିକା ନେଇଥିବା ମୋଟ ୫,୯୭୧ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୨୪% ଲୋକଙ୍କ ବୟସ ୪୦ ବର୍ଷରୁ କମ ଥିଲା। ସେହିପରି ୫୦% ଲୋକଙ୍କ ବୟସ ୪୦-୫୯ ବର୍ଷ। ସେହିପରି ଏଥିରେ ୪୫% ମହିଳା ଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୫୩% ରହିଥିଲା।

ସାମିଲ ଥିବା ମୋଟ ୫,୯୭୧ ଜଣଙ୍କ ମଧ୍ୟରୁ ୨,୩୮୩ ଜଣ ବୁଷ୍ଟର ଡୋଜ୍‌ ନେଇଥିଲେ। ବୁଷ୍ଟର ଡୋଜ୍‌ ନେଇ ମଧ୍ୟ ୩୦% ଲୋକ କରୋନାର ତୃତୀୟ ଲହର ବେଳେ ସଂକ୍ରମିତ ହୋଇଥିଲେ। ବାକି ୭୦% ଲୋକ ସଂକ୍ରମଣରୁ ବର୍ତ୍ତି ଯାଇଥିଲେ। ବୁଷ୍ଟର ଡୋଜ୍‌ ନେଇଥିବା ଅଧିକାଂଶ ଲୋକ ସ୍ୱାସ୍ଥ୍ୟକର୍ମୀ ଓ ଏନ ୯୫ ମାସ୍କ ବ୍ୟବହାର କରୁଥିଲେ।