ପାରାଦ୍ୱୀପ ଉପକୂଳରେ ସମରାଭ୍ୟାସ : ସାଗର କବଚରେ ୧୩ଟି ଟିମ୍ ସାମିଲ

ପାରାଦ୍ୱୀପ : ପାରାଦ୍ୱୀପ ଉପକୂଳରେ ସମରାଭ୍ୟାସ । ଶତ୍ରୁକୁ ସମୁଦ୍ରରେ କିପରି ଜବାବ ଦିଆଯିବ ସେ ନେଇ ଜାରି ରହିଛି ସମରାଭ୍ୟାସ । ପାରାଦୀପରେ ଆରମ୍ଭ ହେଇଛି ୨ ଦିନିଆ ସାଗର କବଚ-୧ ସମରାଭ୍ୟାସ । ସମରାଭ୍ୟାସ ସାଗର କବଚରେ ୧୩ଟି ଟିମ୍ ସାମିଲ । ଏହି ଅଭ୍ୟାସ ଓଡିଶାର ୪୮୦ କିମି ବେଳଅଭୂମିରେ ବାହ୍ୟ ଶତୃଙ୍କ ମୁକାବିଲା ପାଇଁ କରାଯିବ ।

ଉପକୂଳ ସୁରକ୍ଷା ପାଇଁ ଓଡିଶା ପୋଲିସ, ମେରାଇନ ପୋଲିସ, କୋଷ୍ଟଗାର୍ଡ, ନାଭି, ମତ୍ସ୍ୟ ବିଭାଗ, ଇମିଗ୍ରେସନ, ଇଣ୍ଟେଲିଜେନ୍ସ, ଅଗ୍ନିଶମ ବିଭାଗ, ବନବିଭାଗ, କଷ୍ଟମ୍ସ ବିଭାଗ, ସିଆଇଏସଏଫ ସାମିଲ ହୋଇଛନ୍ତି । ଏହି ସମସ୍ତଟିମକୁ ୨ଟି ଟିମରେ ବିଭାଗ କରାଯାଇଛି । ରେଡ ଟିମ୍ ଓ ବ୍ଲୁ ଟିମ୍ । ଏହି ସମରାଭ୍ୟାସ ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ପରଠାରୁ ପ୍ରତି ବର୍ଷ କରାଯାଉଛି ।