ଅନୁଗୋଳ : ମଶାଲ ଯାତ୍ରାରେ ଯୋଗଦେଲେ ବିଭିନ୍ନ ପ୍ରକାର ର ଲୋକ କଳା ର କଳାକାର । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ରେ ଅନୁଷ୍ଠିତ ହେଲା ଦ୍ଵିତୀୟ ବର୍ଷ ମାଲୟଗିରି ମହୋତ୍ସବ ।ଆଜି ଆପରଂହ ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ପଟୁଆର ରେ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଷ୍ଟାଡିୟମ ସ୍ଥିତ ମହୋତ୍ସବ ପଡ଼ିଆରେ ପହଂଚି ଥିଲା ।
ଏହି ମହୋତ୍ସବ ଅଧକ୍ଷ ପାଲଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଳ,ସମ୍ପାଦକ ତଥା ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସମାପନ ହଵା ସହ ସଭା କାର୍ଯ୍ୟ ହୋଇଥିଲା ।ଆଜି ସଭାରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀ କାନ୍ତ ସିଂ,ସନ୍ନମନୀୟ ଅତିଥି ଭବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଯୋଗ ଦେଇ ଥିଲେ ।