ପାରାଦୀପ/ପ୍ରଶାନ୍ତ କୁମାର ସ୍ୱାଇଁ – ପାରାଦୀପ ଅଠରବାଙ୍କୀ ଟାରମିନାଲ ରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା । ନିଜ ସ୍କୁଲ ରୁ ଘରକୁ ଫେରୁଥିବା ସମୟରେ ମା ଓ ପୁଅଙ୍କୁ ଚଢ଼ାଇଦେଲା ଟ୍ରକ । ଘଟଣାସ୍ଥଳ ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ମେଡିକାଲ ରେ ଅଛନ୍ତି । ପାରାଦୀପ ବେଥାନୀ କନଭେଣ୍ଟ ସ୍କୁଲ ର ୟୁକେଜି ଛାତ୍ର ଜୀୟାଂଶୁ ଓ ତାଙ୍କ ମା ବେଥାନୀ ସ୍କୁଲ ର ଶିକ୍ଷୟିତ୍ରୀ ନେହା ଖଣ୍ଡେଲୱାଲ ସ୍କୁଟିରେ ପାରାଦୀପ ବେଥାନୀ କନଭେଣ୍ଟ ସ୍କୁଲ ରୁ ନିଜ ଘରକୁ ଫେରୁଥିବା ସମୟରେ ପାରାଦୀପ ଟରମିନାଲ ରାସ୍ତାରେ ଏକ ଟ୍ରକ ଚଢ଼ାଇଦେବାରୁ ଘଟଣାସ୍ଥଳ ରେ ଛାତ୍ର ର ମୃତ୍ୟୁ ହୋଇଥିବା ବେଳେ ମା ନେହା ଖଣ୍ଡେଲୱାଲ ଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଯାହାକୁ ଅଠରବାଙ୍କୀ ଅଞ୍ଚଳ ରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଦୁର୍ଘଟଣା ରେ ଗୁରୁତର ଥିବା ବେଥାନୀ କନଭେଣ୍ଟ ସ୍କୁଲ ର ଶିକ୍ଷୟିତ୍ରୀ ନେହା ଖଣ୍ଡେଲୱାଲଙ୍କୁ ଅବସ୍ଥା ଗୁରୁତର ଦେଖିବା ପରେ ଅଠରବାଙ୍କୀ ମେଡିକାଲ ରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।