ପାରାଦୀପ: ବିଜେପି ଘୋଡା ବେପାର କରୁଛି , ପଇସା ଦେଇ ଭୋଟ ନେଉଛି ଏଭଳି କିଛି ବାପି ସରର୍ଖେଲ୍ ଅଭିଯୋଗ ଆଣିଥିବା ବେଳେ ତାଙ୍କର ଉତ୍ତରରେ ବିଜେପି ପ୍ରେସମିଟ୍ ଦ୍ୱାରା ସମ୍ପଦ ସ୍ୱାଇଁ କହିଛନ୍ତି ବାପି ସରର୍ଖେଲ୍ ଡିଲ୍ କରିବାରେ ମାଷ୍ଟର, ଏଠି ଘୋଢା ବେପାର ନୁହେଁ ଗଧ ବେପାର ହେଉଛି , ମଣିଷ ମାରିବା ଓ ବିଶ୍ୱାସ ଘାତକ କରିବାରେ ମାଷ୍ଟର ହେଉଛନ୍ତି ବାପି । ପାରାଦ୍ୱୀପ ରାଜନୀତିରେ ନେତାଙ୍କ ଉପରେ ଆରୋପ ପ୍ରତ୍ୟାରୋପକୁ ନେଇ ରାଜନୀତି ସରଗରମ ହୋଇଛି ।
ପୌର ଉପାଧ୍ୟକ୍ଷ ନିର୍ବାଚନ ରେ ବାପି ସରର୍ଖେଲ୍ ଆମ ପାରାଦୀପ ଆମ ପ୍ରଗତି ର ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେବା ସହିତ ବିଜେଡିର କ୍ରସ ଭୋଟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଯାଇଥିଲା । ଯାହାକୁ ନେଇ ବାପି ସର୍ଖେଲ୍ ନିଜର ଜବାବ ରଖିବା ସହିତ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ବିପୁଳ ଜନସମର୍ଥନ ମିଳୁଥିବା ବେଳେ ପାରାଦୀପ ରେ ବିଜେପି ଫେଲ ମାରିଛି ବୋଲି କହିବା ସହିତ ଏଥିରେ ପାରାଦୀପ ଜନସାଧାରଣ ପ୍ରଗତି ରେ ବିଶ୍ୱାସ କରି ଆମ ପାରାଦୀପ ଆମ ପ୍ରଗତି କୁ ବିଶ୍ୱାସ ଓ ଭରଷା କରି ବିପୁଳ ବିଜୟ ଦେବା ସହିତ ପରିବର୍ତନ ଧାରରେ ସାମିଲ ହୋଇଛନ୍ତି ବୋଲି ସେ ମତ ରଖିଛନ୍ତି ।