ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ପାଳିତ ହୋଇଯାଇଛି

ଭୁବନେଶ୍ୱର ; ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ ତମ ପ୍ରତିଷ୍ଠ ଦିବସ ପାଳିତ ହୋଇଯାଇଛି । ରାଜ୍ୟ କର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଦିବସରେ ବିଜେପିର ବହୁ ବରିଷ୍ଠ ନେତା ଓ କାର୍ଯ୍ୟ କର୍ତ୍ତା ଯୋଗ ଦେଇଛନ୍ତି । ଏଥି ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିଥିଲେ ।

ରାଜ୍ୟ ସଭାପତି କହିଚନ୍ତି ଯେ, ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସେିବ । ୨୦୨୪ ପାଇଁ ବିଜେପି ରୋଡ ମ୍ୟାପ ପ୍ରସ୍ତୁତି କରୁଛି । ଏଥିସହ କେନ୍ଦ୍ରର ସମସ୍ତ ଯୋଜନାକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବାର ସଂକଳ୍ପ ମଧ୍ୟ ନିଆଯାଇଛି । ବିଜେପି ସଭାପତି ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।