ଗୋଷ୍ଠୀ ସଂଘର୍ଷରୁ ୪ଜଣଙ୍କୁ ନିର୍ମମ ହତ୍ୟା, ମୃତକଙ୍କ ପରିବାରକୁ କ୍ଷତିପୂରଣ ନିର୍ଦ୍ଦେଶ

ଗଞ୍ଜାମ: ହିଞ୍ଜିଳିରେ ଗୋଷ୍ଠୀ ସଂଘର୍ଷ ଲାଗି ୪ଜଣଙ୍କୁ ହତ୍ୟା ଘଟଣା ।ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟି ୪ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷର କାରଣ ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି ।ଗୋଟିଏ ପରିବାର ତିନି ଭାଇ ଓ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି ।ତେବେ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ,ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟର ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ ।ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।ତେବେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ତେବେ ଆହତଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମଧ୍ୟରେ ରହିଛନ୍ତି ତିନି ଭାଇ ଓ ଜଣେ ପୁତୁରା । ସେମାନେ ନରେନ୍ଦ୍ରପୁର ଅଞ୍ଚଳର ମଙ୍ଗୁଳୁ ସ୍ୱାଇଁଙ୍କ ତିନି ପୁଅ, ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ, ରାଜା ସ୍ୱାଇଁ ଓ ତାଙ୍କ ପୁତୁରା ଚନ୍ଦନ ସ୍ୱାଇଁ । ବିଳମ୍ବିତ ରାତିରେ କମେଣ୍ଟମରାକୁ କେନ୍ଦ୍ର ଏହି ସଂଘର୍ଷ ଘଟିଥିବା କୁହାଯାଉଛି ।ଅନ୍ୟପକ୍ଷେ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ କରାଯାଇଥିବା । ଆସିକା-ହିଞ୍ଜିଳକାଟୁ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ୟକ୍ତଲୋକେ । ଏବେ ସୁଦ୍ଧା ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।