ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇ ପାରିବ , ସେ ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ

ମୟୁରଭଞ୍ଜ ( ସତ୍ୟନାରାୟଣ ପାଲ୍‌) :- ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବଡ ଝରଣ ଗ୍ରାମପଞ୍ଚାୟତର ଦୁଇ ଗୋଟି ଗାଁକୁ ନେଇ ଯଥା ବାଇଗଣକୁଦର ଓ ମଦନଶିଳାରେ ଆଜି ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନଖଣ୍ଡ ରେଞ୍ଜ ଅଫିସର ଅନ୍ତର‌୍ୟ୍ୟାମୀ ମହାକୁଡ଼ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତାଙ୍କ ସହିତ ତ୍ରୀଲୋଚନ ରାୟ ମଧ୍ୟ ଯୋଗ ଦେଇ ଥିଲେ। ରେଞ୍ଜ ଅଫିସର ତାଙ୍କ ଅଭିଭାଷଣରେ କହିଥିଲେ ଯେ , ଏବର୍ଷ ଯେପରି ଆମେ ଜିର ଫାୟର କାମ କରିବା ସେଥିପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ରୋଡ଼ ‘ସୋ’ ଏବଂ ଗାଁ ଗାଁ ବୁଲି ଜନସାଧାରଣ ମାନଙ୍କୁ ଜନସଚେତନତା କରାଯାଉଛି । ଏହି ଜନସଚେତନତା କାର୍ଯ୍ୟକ୍ରମ ୧୩ ତାରିଖ ପାଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । କିପରି ଜଙ୍ଗଲରେ ନିଆଁ ଲାଗିବ ନାହିଁ , ସେଥିପ୍ରତି ଦୃଷ୍ଟି ଦେବାକୁ ବନଖଣ୍ଡ ସମିତିର ମହିଳା ଓ ପୁରୁଷ ସଦସ୍ୟ ମାନଙ୍କୁ କହିଥିଲେ ଏବଂ ଯେଉଁ ମାନେ ଜଙ୍ଗଲରେ ନିଆଁ ଲଗାଇବେ ସେମାନକୁ ସରକାରଙ୍କ ଆଇନ ଅନୁଯାୟୀ ଦଣ୍ଡ ପାଇବେ ବୋଲି କହିଥିଲେ। ଏହି ଜନସଚେତନତା କାର୍ଯ୍ୟକ୍ରମକୁ ବଡାମାତଳିଆ ସେକ୍ସନର ବନପାଳ ସଞ୍ଜୟ ବେହେରା ଅନୁଷ୍ଠିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବାଇଗଣ କୁଦର ଓ ମୋଦନଶିଳା ଦୁଇଗୋଟି ଗାଁର ତିନିଗୋଟି ଝଝଏ ଗ୍ରୁପ ଙ୍କୁ ଛେଳି ଚାଷ କରିବା ପାଇଁ କୋଡିଏ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲୋକନାଥ ସାହୁ, ଆଶିଷ କୁମାର ମହାନ୍ତ, କାରକ୍ଷନ କିସ୍କୁ ଏବଂ ସରପଞ୍ଚ ଦାତାକି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ବନପାଳ ସଞ୍ଜୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।