କାନ୍ଥ ଭାଙ୍ଗି ପାର୍କିଂ ଏରିଆରେ ଅଚାନକ ପଶିଲା ମାଲବାହୀ ଟ୍ରେନ
କାନ୍ଥ ଭାଙ୍ଗି ପାର୍କିଂ ଏରିଆ ଅଚାନକ ପହଞ୍ଚିଲା ମାଲବାହୀ ଟ୍ରେନ ।
(ହରିୟାଣା) : କାନ୍ଥ ଭାଙ୍ଗି ପାର୍କିଂ ଏରିଆ ଅଚାନକ ପହଞ୍ଚିଲା ମାଲବାହୀ ଟ୍ରେନ । ହରିୟାଣାର ଓଲ୍ଡ ଫରିଦାବାଦ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି ଏପରି କାଣ୍ଡ । ଯାହା ଫଳରେ କିଛି ଗାଡି ନଷ୍ଟ ହୋଇଛି । ଏହି ସମୟରେ ଜଣେ ରେଲୱେ କର୍ମଚାରୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ଷ୍ଟେସନ ସୁପରିଟେଣ୍ଡେଣ୍ଟ ଏକେ ଗୋୟଲ କୁହନ୍ତି କି ଏହି ଘଟଣା ସୋମବାର ସନ୍ଧ୍ୟାରେ ହୋଇଛି ଏବଂ ଟ୍ରେନ୍ ପଛରେ ଥିବା ଜଣେ କର୍ମଚାରୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି । ରେଲୱେ ଅଧିକାରୀଙ୍କ ସୂଚନା ଅନୁସାରେ ସିମେଣ୍ଟ ଲଦାହୋଇଥିବା ମାଲଗାଡି ଗଙ୍ଗାପୁରରୁ ଓଲ୍ଡ ଫରିଦାବାଦ ଷ୍ଟେସନ ପହଞ୍ଚିଲା ଏବଂ ମାଲ୍ କାଢିବା ପାଇଁ ଟ୍ରେନଟି ପଛୁଆ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ରେଲୱେ ଅଧିକାରୀ ଏହି ଘଟଣାକୁ ଏକ ମନୁଷ୍ୟକୃତ ତୃଟି ବୋଲି କହିଛନ୍ତି ।