୫ ଜୀବନ ନେଲା ଦୁର୍ଘଟଣା

ଅନୁଗୁଳ : ଅନୁଗୁଳରୁ ଆସିଛି ଏକ ଦୁଃଖଦ ଘଟଣା । ଅନୁଗୁଳ ପାଲଲହଡାରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବା ସୂଚନାରହିଛି । ମଧ୍ୟ ରାତିରେ ନିବ ର୍ାଚନ କାମ ଶେଷ କରି ଫେରୁଥିବା ବେଳେ ଘଟିଛି ଏଭଳି ଅଘଟଣ । ଏକ କାରକୁ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଲରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ମାନେ ଇଂଜିଡି ଥାନା ଆଞ୍ଚଳର ବୋଲି ଜଣାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛି । ଏପରି ଅଘଟଣରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।