ମଦ ପିଇଲେ ହେବନି ଜେଲ

ନିଷ୍ପତ୍ତି ନେଲେ ବିହାର ସରକାର

ବିହାର : ମଦ ଲାଗି ବହୁ ଲୋକଙ୍କର ଜୀବନ ଯାଇଥାଏ । କିନ୍ତୁ ତଥାପି ଧନୀଠୁ ଆରମ୍ଭ କରି ମଧ୍ୟବିର୍ତ୍ତ ଲୋକମାନେ ଏହାକୁ ପିଥାନ୍ତି । ଆଉ ଏହି ମଦ ଲାଗି କାହାର ଘର ଭାଙ୍ଗି ଯାଇଥାଏ ତ କାହାର ମୃତ୍ୟୁ ହୋଇଥାଏ । ଆଉ ଏହାକୁ ବନ୍ଦ କରିବା ପାଇଁ କାହି କେତେ ଅନ୍ଦୋଳନ ମଧ୍ୟ ହେଉଛି । ଏହି ଅନ୍ଦୋଳନ ଭିତରେ ବିହାର ସରକାର ଏକ ଅଦ୍ଭୁତ ନିଷ୍ପତ୍ତି ନେଇଛନ୍ତି । ମଦ ପିଇଲେ ଆଉ ଜେଲ ହେବନି । ବିହାରର ମଦ ମୁକ୍ତ ଅନ୍ଦୋଳନ ଭିତରେ ହି ଏପରି ନିଷ୍ପତ୍ତି ନେଇଛନ୍ତି ସେଠାକାର ସରକାର । ବର୍ତ୍ତମାନ ମଦ ପିଉଥିବା ବେଳେ ଯଦି ପୋଲିସ ହାତରେ ଧରା ପଡିଗଲ ତେବେ ଆଉ ଜେଲ ହେବନି । କିନ୍ତୁ ଏହା ପରିବର୍ତ୍ତେ ମଦ ମାଫିଆଙ୍କର ସୂଚନା ଦେବାକୁ ପଡିବ ।ଯଦି ସୂଚନା ସଠିକ ହୁଏ ଆଉ ମଦ ମାଫିଆ ଧରା ପଡେ ତେବେ ସେହି ବ୍ୟକ୍ତିକୁ ଜରଲ ହେବନି । ଏ ନେଇ ସୂଚନା ଦେଇଛନ୍ତି ବିହାରର ଉତ୍ପାଦ ଆୟୁକ୍ତ କାର୍ତ୍ତିକେୟ ଧନଜୀ ।
ବିହାର ସରକାରଙ୍କର ଏପରି ନିଷ୍ପତ୍ତି ନେବାର କାରଣ ହେଉଛି ବିହାରର ସବୁ ଜିଲ୍ଲାରେ ମଦୁଆଙ୍କ ବୃଦ୍ଧି । ଆଜି ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିହାର ପୋଲିସ ଓ ମଦ ନିଷେଧ ବିଭାଗକୁ ଏହି ବିଶେଷ ଅଧିକାର ଦିଆଯାଇଛି।