ମୋବାଇଲ୍ ଦୋକାନରୁ ଲୁଟ୍

ବ୍ରହ୍ମପୁର: ମୋବାଇଲ ଦୋକାନରୁ ଲୁଟ । ଏ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ଲାଠି ଗାଁରେ ।ଲାଠି ଗାଁର ଗରପତି ମୋବାଇଲ ଦେକାନରୁ ଗତ ୧୩ ତାରିଖରେ ମଧ୍ୟରାତ୍ରିରେ ଜୋରି ହୋଇଥିଲା । ଏ ନେଇ ଅଭିଯୋଗ ପରେ ପେଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଏଥିରେ ସଫଳ ହୋଇଥିଲା । ପୋଲିସ ୩ ଜଣକୁ ଗିରଫ କରିଛି । ଗିରଫ ପରେ ଲୁଟେରାଙ୍କ ପାଖରୁ ବହୁଳ ପରିମାଣ ମୋବାଇଲ ଫୋନ୍ ସମେତ ଚୋରି ସାମଗ୍ରୀ ଜବତ । ଏ ନେଇ ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।