ଗତ ୨୪ ଘଣ୍ଟାରେ ଦେଶରୁ ୧୬,୦୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକୁ ଦିନ ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା ।

(ଦିଲ୍ଲୀ) : ଦିନକୁ ଦିନ ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା । ଭାରତରେ ଗତ ୨୪ ଘଣ୍ଟାରେ ୧୬,୦୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇ ୪ କୋଟି ୨୮ ଲକ୍ଷ ୩୮ ହଜାର ୫୨୪ ହୋଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୨୦୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଭାରତରେ ବର୍ତ୍ତମାନ ମୋଟ ସକ୍ରିୟ ସଂଖ୍ୟା କମିଯାଇ ୨ ଲକ୍ଷ ୨ ହଜାର ୧୩୧ ହୋଇଛି। ତେବେ ସକ୍ରିୟ ସଂଖ୍ୟା ମୋଟ ସଂକ୍ରମଣର ୦.୪୭ ପ୍ରତିଶତ ରହିଛି। ଦେଶରେ ବର୍ତ୍ତମାନ ସୁସ୍ଥ ହାର ବଢ଼ିଯାଇ ୯୮.୩୩ ପ୍ରତିଶତ ହୋଇଛି।