‘ନିର୍ବାଚନ ଆସିଲେ ଆରମ୍ଭ ହୁଏ ଗୁଜବ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗୁଜବ ପ୍ରଚାର ଚାଲିଥିବା ବେଳେ ସେ ଏହାର ଜବାବ ରଖିଛନ୍ତି । ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ । କିନ୍ତୁ ଏଭଳି ଗୁଜୁବ ଯେବେ ବି ସୃଷ୍ଟି ହୋଇଛି, ବିଜୁ ଜନତା ଦଳ ନିର୍ବାଚନରେ ଆହୁରି ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ମୁଁ ସୁସ୍ଥ ଅଛି, ଓଡ଼ିଶାବାସୀଙ୍କ ସେବା କରୁଛି । ଆମେମାନେ ମନେ ରଖିବା ଉଚିତ୍ ଯେ ଏବେ ମଧ୍ୟ କୋଭିଡ ରହିଛି ଏବଂ ଆମକୁ କୋଭିଡ ସତର୍କତା ଅବଲମ୍ୱନ କରିବା ସହ ମାସ୍କ ପିନ୍ଧିବା ଜରୁରୀ । ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଏବଂ ଏକାମ୍ର ପ୍ରକଳ୍ପର ସମୀକ୍ଷା ପରେ ସେ ଏହା କହିଛନ୍ତି । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ସୃଷ୍ଟି ହୋଇଥିଲା । ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏଭଳି ଗୁଜବ ପ୍ରଚାର ଚାଲିଛି ।