ବିପଦର ବନ୍ଧୁ, ଓଡ଼ିଶା ସଂଗଠନ

ହିଞ୍ଜଳିକାଟୁ: ବିଭିନ୍ନ ସମୟରେ ସୁବିଧା ଅସୁବିଧାରେ ଲୋକଙ୍କ ବିପଦର ବନ୍ଧୁ ଭାବେ ସେବା ଯୋଗାଇ ଆସୁଥିବା ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ” ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମରେ ନିଜର ସେବା ପହଞ୍ଚାଇଥିଲା । ଦୀର୍ଘ ଅଠର ବର୍ଷ ହେବ ନିଜ ସ୍ୱାମୀଙ୍କୁ ହରାଇ ନିଜ ଏକମାତ୍ର ଝିଅ ସାଙ୍ଗରେ ଏକ ଭଙ୍ଗା ଦଦରା ଘରେ କାଳାତିପାତ କରୁଥିବା ସମାନ୍ୟ ମାନସିକ ରୋଗୀ ମାମଲା ପୃଷ୍ଟିଙ୍କୁ ଆଜି ବିପଦର ବନ୍ଧୁ ଅନୁଷ୍ଠାନ ତରଫରୁ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ, ୧ ବର୍ଷ ପାଇଁ ଚାଉଳ ଓ ୩ ମାସ ପାଇଁ କିରାଣୀ ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସଂଗଠନର ଉପସଭାପତି ନୀଳ ଭଉଳଙ୍କ ନିବେଦନ କ୍ରମେ ସଂଘର ସମସ୍ତ ସଦସ୍ୟ ନିଜ ପକେଟମନୀରୁ ଅର୍ଥ ସଞ୍ଚୟ କରି ସାହାର୍ଯ୍ୟ ପାଇଁ ଆଗେଇ ଆସିଥିଲେ । ଉକ୍ତ ମହତ କର୍ମ ସମୟରେ ପ୍ରତିଷ୍ଠାତା ଶିବରାମ ପାତ୍ରଙ୍କ ସହ ସଂଗଠନର ବହୁ ସଦସ୍ୟ ଯଥା ଦୀପକ ପରିଡା,ପପୁ ପରିଡା,ରଞ୍ଜନ କୁମାର ସାହୁ,ନୃସିଂହ ଜେନା,ସରୋଜ କୁମାର ପାତ୍ର,କାହ୍ନା ଖୁଣ୍ଟିଆ ପ୍ରଭୁତି ଉପସ୍ଥିତ ଥିଲେ । ଘରର ଅବସ୍ଥା ମୁରୁବି ବିହନ ହୋଇ ଜରାଜୀର୍ଣ୍ଣ ପାଲଟି ଗଲାଣି । ନା ବିଦ୍ୟୁତ ଓ ପାଣିର ବ୍ୟବସ୍ଥା ଅଛି ନା ସରକାରୀ ଅବାସ ଯୋଜନା । ଘରର ଅବସ୍ଥା ଏତେ ଦୟନୀୟ ତଥା ଅପ୍ରୀତିକର ଯେ ଜଣେ ମଣିଷ ସେଠାରେ ରହିବା ପାଇଁ ଉପଯୋଗୀ ନୁହଁ । ତଥାପି ଭାଗ୍ୟକୁ ନିନ୍ଦି ଦୁଇ ଜଣ ସେଠି ପଡି ରହିଛନ୍ତି ।  ଆଗାମୀ ଦିନରେ ସରକାରୀ ସ୍ତରରେ ମାମଲା ପୃଷ୍ଟି ଭଳି ଅସାହାୟ ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ପଡିଲେ ହିଁ ଅନ୍ତତଃ ପକ୍ଷେ ମୌଳିକ ସୁବିଧା ପାଇ ଜୀବନ ନିର୍ବାହ କରିପାରିବେ ।