ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା, ୧୩ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା:ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ମୃତ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୃତ ସାମ୍ବାଦିକଙ୍କ ପରିବାର ଲାଗି ୧୩ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଆଜି କଳାହାଣ୍ଡି ଜିଲ୍ଲାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ମୃତ ସାମ୍ବାଦିକ ଜଣକ ହେଉଛନ୍ତି ରୋହିତ ବିଶ୍ୱାଳ । ସେ ଏକ ପ୍ରମୁଖ ଦୈନିକ ଖବରକାଗଜ ରେ କାମ କରୁଥିଲେ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ମ.ରାମପୁରର କରଲାମଖୁଣ୍ଟାର ଦୁଲେନ ଛକରେ ଲ୍ୟାଣ୍ଡ ମାଇନ ବିଛାଇ ଥିଲେ । କିନ୍ତୁ ସାମ୍ବାଦିକ ଜଣକ ସେପଟେ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇ ଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।