ରାଜଧାନୀରେ ଖୋଲିବ ସ୍କୁଲ , କଲେଜ ଓ କୋଚିଂ ଇନଷ୍ଟିଚ୍ୟୁଟ୍‌

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ହେଉଥିବା ବେଳେ ସ୍କୁଲ , କଲେଜ ଓ କୋଚିଂ ଇନଷ୍ଟିଚ୍ୟୁଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ହେଉଥିବା ବେଳେ ସ୍କୁଲ , କଲେଜ ଓ କୋଚିଂ ଇନଷ୍ଟିଚ୍ୟୁଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଏହାର ସମୟ ସୀମାକୁ ଏକ ଘଣ୍ଟାକୁ ହ୍ରାସ କରାଯାଇଛି। ଏବେ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ରାତି ୧୧ଟାରୁ ସକାଳ ୫ଟା ଯାଏ ରହିବ। ପୂର୍ବରୁ ନାଇଟ୍‌ କର୍ଫ୍ୟୁର ଆରମ୍ଭ ରାତି ୧୦ଟାରୁ ହିଁ ହେଉଥିଲା ।

ସୂଚନାନୁଯାୟୀ , ସ୍କୁଲ – କଲେଜ୍‌ ଓ ଜିମ୍ ଖୋଲିବା ନେଇ ବଡ଼ ନିଷ୍ପତ୍ତି – ଦିଲ୍ଲୀରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏସ୍‌ଓପି ଅନୁସାରେ ଖୋଲିବ ଏବଂ କୋଭିଡ୍‌ ଉପଯୋଗୀ ନିୟମକୁ ଦୃଢ଼ ଭାବେ ପାଳନ କରିବେ । କାର୍‌ରେ ଏକୁଟିଆ ଯାଉଥିଲେ ମାସ୍କ ଲଗେଇବା ଜରୁରୀ ନୁହେଁ ।