ଭୁବନେଶ୍ୱର :”ଜର୍ଣ୍ଣାଲିଷ୍ଟ କାଉଁନସିଲ ଅଫ ଇଣ୍ଡିଆ ” ସଂସ୍ଥା ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ବାଦିକ ମାନଙ୍କର ସମ୍ମାନ, ସୁରକ୍ଷା ଓ ଅଧିକାର କୁ ନେଇ ଆଜିକୁ ଦୁଇ ବର୍ଷ ହେଲା ଏହି ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ମାନ୍ୟତା ପାଇଅଛି। ଏହି ସଂସ୍ଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ସବୁ କ୍ଷେତ୍ରରେ ପ୍ରେରଣା ଦେଉଅଛି।ଅଖିଳ ଭାରତ ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ର ସଭାପତି ଅନୁରାଗ ସକ୍ସସେନା ଙ୍କ ନେତୃତ୍ୱ ରେ ବିଦ୍ୟୁତ ଲତା ମହାନ୍ତି ଓଡିଶା ରାଜ୍ୟ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି। ଏହାପରେ ସେ କହିଛନ୍ତି ଯେ ,ଏହି ସଂଗଠନ ଓଡିଶା ରେ ସୁଦୃଢ ହେବ ଏବଂ ସାମ୍ବାଦିକ ମାନଙ୍କ ଉପକାର ନିମନ୍ତେ ସେ ସବୁବେଳେ ତାଙ୍କ ସହିତ ରହିବେ।ଏହା କେବଳ ତାଙ୍କ ଆଶା ନୁହେଁ ବିଶ୍ୱାସ ବୋଲି ସେ କହିଛନ୍ତି.।