ନିମାପଡ଼ା: ହୋହାଲ୍ଲା, ନାରାବାଜି । ତା ସାଙ୍ଗକୁ ପୁଣି ଦାବି । ଗୁରୁବାର ନିମାପଡ଼ା କଲେଜ୍ର ଶତାଧିକ ଛାତ୍ରଛାତ୍ରୀ ଅଚାନକ ତାତି ଉଠିଛନ୍ତି । ତୁରନ୍ତ ପରୀକ୍ଷା ବାତିଲ କରିବାକୁ ଦାବି କରି ହଙ୍ଗାମା ରଚିଛନ୍ତି । ପରିସ୍ଥିତି ଏପରି ହୋଇଥିଲା ଯେ, ଛାତ୍ରଛାତ୍ରୀମାନେ ଦାବି ଉପସ୍ଥାପନ କରିବାକୁ ଯାଇ ଜୟଶ୍ରୀ ଛକ ରାସ୍ତାକୁ ଅବରୋଧ କରି ରଖିଥିଲେ । ଫଳରେ ବେଶ୍ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏସବୁ ସମସ୍ୟାକୁ ସାମ୍ନାକୁ ଆଣିଛନ୍ତିି କଲେଜ୍ର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ । ସେମାନଙ୍କ କହିବା କଥା, ଠିକ ସମୟରେ କୋର୍ସ ସରିନାହିଁ । ବର୍ଷ ଯାକର ପାଠ ୫/୬ମାସ ଭିତରେ ପଢ଼ି କ’ଣ ପରୀକ୍ଷା ଦେବୁ? ଯଦିବା ପରୀକ୍ଷା ହେବ କ’ଣ ହେବ ଭବିଷ୍ୟତ? ଏମିତି ଏକାଧିକ ପ୍ରଶ୍ନ କରି କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ କରିଛନ୍ତି ଛାତ୍ରଛାତ୍ରୀ । ତେଣୁ ପୂର୍ବରୁ ହୋଇଥିବା ଟର୍ମିନାଲ ପରୀକ୍ଷା ଅନୁସାରେ ରେଜେଲ୍ଟ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । କେବଳ ଏତିକି ନୁହେଁ ଏହସହ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି ପିଲାଏଁ । ସେମାନେ ଏହାମଧ୍ୟ କହିଛନ୍ତି ଯଦି ପରୀକ୍ଷା ବନ୍ଦ ନହୁଏ ତେବେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ ଦରକାର ପଡିଲେ ନିଆଁ ଜଳିବ ବୋଲି ପିଲାଏଁ ରୋକଠୋକ୍ ଶୁଣାଇ ଦେଇଛନ୍ତି ।