ପାଟଣାଗଡ: ହରିଶଙ୍କରରେ ବୁଲୁଛି ବାଘ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରାତିରରେ ବାଘ ବୁଲୁଥିବା ଜଣାପଡିଛି । କିଛି ପ୍ରତ୍ୟେକ୍ଷଦର୍ଶୀ ବାଘକୁ ଦେଖିଥିବା ଜଣାଇଛନ୍ତି । ପାହାଡ଼ରେ ପୂର୍ବରୁ ଅନେକ ବାଘ ଥିବା ମଧ୍ୟ ଜନବସତି ନିକଟକୁ ଆସିବାକୁ ନେଇ ହରିଶଙ୍କର ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ନିକଟରେ ଠାରେ ହରଣ ପାର୍କ ଥିବାରୁ ବାଘ ଆକ୍ରମଣ ଭୟ ରହଛି। ଏନେଇ ହରିଶଙ୍କର ବନ ବିଭାଗ ରେଂଜ ଅଧିକାରୀ ପ୍ରଭାତୀ ସେଠଙ୍କୁ ପଚାରିବାରୁ ଗନ୍ଧମାର୍ଦ୍ଦନ ପାହାଡ଼ରେ ବାଘ ଅଛନ୍ତି । ହରିଶଙ୍କରରେ ବିଲମ୍ବିତ ରାତିରେ ବାଘ ବୁଲିବା କଥା ଶୁଣିଛି, ଏନେଇ ବନ ବିଭାଗ ସତର୍କ ଥିବା କହିଛନ୍ତି।