ରାଇରଙ୍ଗପୁର /ସତ୍ୟନାରାୟଣ ପାଲ : ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଉପଖଣ୍ଡ ସ୍ତରୀୟ ଅନୁଷ୍ଠାନିକ ଉତ୍ସବ ରେ ବାମନଘାଟି ଉପଖଣ୍ଡ ର ସମ୍ମାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ । ଭାରତ ପାଇଁ ସ୍ୱାଧୀନତା ଆଣିଥିବା ସ୍ୱାଧୀନତା ସଂଗ୍ରାମୀ ତଥା ମହାମନୀଷୀ ଙ୍କ ଦେଶଭକ୍ତି,ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରି ସେମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପଖଣ୍ଡ ର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିବା ଡାକ୍ତର, ଷ୍ଟାଫ ନର୍ସ, ଲେଡି ହେଲଥ ଭିଜିଟର ଲାବୋରା୍ଟୋରୀ ଟେକନିସିଆନ, ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି ୧୦ ଜଣ କୋଭିଡ ଯୋଦ୍ଧା ଏବଂ ୧୦ ଜଣ ସଫେଇ କର୍ମୀଙ୍କୁ କୋଭିଡ ଯୋଦ୍ଧା ଭାବେ ପୁଷ୍ପ ଗୁଚ୍ଛ ଓ ପ୍ରସଂଶା ପତ୍ର ଦେଇ ସମ୍ମାନିତ କରିଥିଲେ ।