ଟ୍ରେନକୁ ଜାଳିଦେଲେ ଛାତ୍ରଦଳ , ରେଲୱେ ପରୀକ୍ଷାରୁ ଆଉଟ
ଆଜି ବି ଛାତ୍ରମାନେ ବିହାରର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
(ବିହାର) : RRB-NTPC ଫଳାଫଳ ମାମଲା ଥମିବାର ନାଁ ନେଉନାହିଁ। ଆଜି ବି ଛାତ୍ରମାନେ ବିହାରର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ଛାତ୍ରମାନେ ଟ୍ରେନରେ ନିଆଁ ଲଗାଇଦେଇଥିଲେ।
ସୂଚନାନୁଯାୟୀ , ବିହାରରର ଏକ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନକୁ ନିଆଁ ଲଗାଇ ଦେଇଛନ୍ତି । ରେଲୱେ ନିଯୁକ୍ତି ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି ଆନ୍ଦୋଳନ କରିଛନ୍ତି ଛାତ୍ର। ଏଥିସହ ଯେଉଁମାନେ ଟ୍ରେନ୍ ପୋଡ଼ା ଜଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ରେଳୱେ ପକ୍ଷରୁ ସେମାନଙ୍କୁ ନୋଟିସ୍ କରାଯାଇଛି। ଏହି ଭଙ୍ଗାରୁଜାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ରେଲଲୱେରେ ହେବାକୁ ଥିବା ପରୀକ୍ଷାରେ ବାଦ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।