ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଗଲପୁର ତହସିଲର ସେକ୍ସନ ଅଫିସର ପ୍ରଫୁଲ୍ଲ ସା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ପ୍ରଫୁଲଙ୍କ ଘରେ ରେଡ଼ ଜରି ରଖିଛି । ପ୍ରଫୁଲଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ ସାମିଲ ଅଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଘରୁ ନଗଦ ୧୬ ହଜାର ୩୩୦ ଟଙ୍କା ଓ ସୁନା ଗହଣା ଠାବ କରିଛି ଭିଜିଲାନ୍ସ । ଗାନ୍ଧୀନଗରପଡ଼ା ବାସଭବନର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭିଜିଲାନ୍ସ ଆକାଳନ କରୁଛି।