ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଡରୁ ଉଦ୍ଧାର ହେଲା ରକ୍ତ ଭିଜା ମୃତଦେହ । ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ନିକଟ ୫୭ ନମ୍ବର ଜାତୀୟ ରାଜପଥ କଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଅଜଣା ଯୁବକଙ୍କ ମୃତଦେହ ସହିତ ଏକ ଟାଙ୍ଗିଆ ମଧ୍ୟ ଜବତ କରାଯାଇଛି ।
ସୂଚନା ମୁତାବକ, ଆଜି ସକାଳେ ରାସ୍ତା କଡରେ ଜଣେ ଯୁବକଙ୍କ ରକ୍ତଭିଜା ମୃତଦେହ ଦେଖିଥିଲେ ଗାଁ ଲୋକେ । ତେବେ ମୃତକ ଜଣକ ସ୍ଥାନୀୟ ସରସରା ଗ୍ରାମର ଅନାମୁ ମିର୍ଦ୍ଧା ବୋଲି ଜଣାଯାଇଛି । ମୃତଦେହ ଏବଂ ନିକଟସ୍ଥ ସମସ୍ତ ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଅନାମୁଙ୍କର ଦୁଇ ହାତ ବନ୍ଧାଯିବା ସହ ନିକଟରେ ଏକ ଟାଙ୍ଗିଆ ମଧ୍ୟ ଜବତ ହୋଇଛି । ତେଣୁ ଏହି ଟାଙ୍ଗିଆରେ ହିଁ ହତ୍ୟା କରାଯାଇଥିବା ଅନୁମାନ କରଯାଉଛି । ତେବେ ଏ ବିଭତ୍ସ ହତ୍ୟାକାଣ୍ଡ କିଏ ଏବଂ କାହିଁକି ଘଟାଇଛି ତାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ସେପଟେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।