ରାଜ୍ୟପାଳଙ୍କୁ ବିଜେପିର ଦାବି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ବାଲି ମାଫିଆଙ୍କ ରାଜୁତି । ବିପଦକୁ ଠେଲି ହୋଇ ଯାଉଛି ରାଜ୍ୟର ଅନେକ ନଦୀ । ଏହାକୁ ବିରୋଧ କରି ଅଣ୍ଟା ଭିଡିଛି ବିଜେପିର ପ୍ରତିନିଧି ଦଳ । ନଦୀର ସୁରକ୍ଷା ପାଇଁ ଫେରାଦ ନେଇ ରାଜ୍ୟପାଳଙ୍କୁ ଭେଟିଛି ବିଜେପି ।

ରାଜ୍ୟର ବିଭିନ୍ନ ନଦୀରେ ବେଆଇନ ବାଲି ଚାଲାଣ କରି ନିଜର ରାଜୁତି ଚଳାଇଛନ୍ତି ମାଫିଆ । ଯାହା ଫଳରେ ରାଜ୍ୟର ମୋଟ ୧୧ ନଦୀ ଏବେ ବିପଦମୁହାଁ ହେଉଛି । ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଇତ୍ୟାଦି ନଦୀଗୁଡିକରେ ବାଲି ଚୋରା ଚାଲାଣ ଅଧିକ ହେଉଥିବା ଦେଖିବାକୁ ମିଳୁଛି । ଏହ ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜେପି ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ୱର ସାହୁ ଏବଂ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେଇଛି ବିଜେପି । ସେପଟେ ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ କରିବା ସତ୍ତେ୍ୱ ମଧ୍ୟ ଫଳ ଶୂନ । କୌଣସି ପ୍ରକାର ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛି ବିଜେପି । ଏଥିସହିତ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀଙ୍କ ସମ୍ପୃକ୍ତି ରହୁଥିବାରୁ ସରକାର କେଔରସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।