ଏରଡା ଘାଟରେ ବାଉଁଶ ପୋଲ ନିର୍ମାଣ

ବରୀ(ସତ୍ୟଜିତ ବାରିକ): ସ୍ଵାଧୀନତାର ୭୪ ବର୍ଷ ପରେ ଆଜି ବି ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ଏ ହେଉଛି ଯାଜପୁର ବରୀ ବ୍ଲକ ବୋଦୁଅ ପଞ୍ଚାୟତର କଥା । ବରୀ ବ୍ଲକର ଏହି ପଞ୍ଚାୟତକୁ ନାହିଁ ସବୁଦିନିଆ ରାସ୍ତା । ନଦୀ ନାଳ ଘେରା ଅଞ୍ଚଳରେ ଆଜି ବି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ନଦୀରେ ଘାଟ ପକାଇଥିବା ନାଉରୀ ହିଁ ସାହା ଭରସା । ଏରଡା ଘାଟରେ ନାଉରୀଙ୍କ ଉଦ୍ୟମରେ ପ୍ରତିବର୍ଷ ଖରାଦିନିଆ ରାସ୍ତା ନଦୀ ଉପରେ ବାଉଁଶ ପୋଲ ନିର୍ମାଣ ହୁଏ।

ବାଉଁଶ ପୋଲକୁ ଯୁବ ସାମ୍ବାଦିକ ବିଶ୍ୱଭୂଷଣ ଜେନାଙ୍କ ସହ ଯୁବ ସମାଜସେବୀ ନିହାର ସାମଲ, ସୁବ୍ରତ ସାମଲ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଛନ୍ତି । ବାଉଁଶ ପୋଲ ହେବା ଦ୍ୱାରା ବରୀ, ବିଞ୍ଝାରପୁର, ଓ ଯାଜପୁରକୁ ଯାତାୟତ ସୁବିଧା ହେବା ସହ ବୋଦୁଅ ପଞ୍ଚାୟତବାସୀ ଏଥିରେ ଅଧିକ ଉପକୃତ ହେବ । ଏହାବ୍ୟତୀତ ଲୋକମାନଙ୍କୁ ଆଉ ଡଙ୍ଗା ପାଇଁ ନଦୀ କୂଳରେ ଅପେକ୍ଷା କରିବାକୁ ପଡ଼ିବନି । ଘାଟ ପକାଇଥିବା ନାଉରୀ ଟୁନିଆ ମଲ୍କିକ, ବନ୍ଧୁଆ ମଲ୍ଲିକ, କେଶବ ମଲ୍ଲିକ, ସୁବାସ ମଲ୍ଲିକ, ଶୀକାନ୍ତ ମଲ୍ଲିକ, ପ୍ରହ୍ଲାଦ ମଲ୍ଲିକ ପ୍ରମୁଖ ସହଯୋଗରେ ବାଉଁଶ ପୋଲ ନିର୍ମାଣ ହୋଇଛି ।