ଇସ୍ରୋର ନୂଆ ମୁଖିଆ ହେଲେ ଏସ.ସୋମନାଥ

ନୂଆଦିଲ୍ଲୀ: ISRO ପାଇଲା ଆଉ ଜଣେ ନୂଆ ମୁଖିଆ । ଖୁବ ଶୀଘ୍ର କେ.ଶିବନଙ୍କୁ ରିପ୍ଲେସ କରିବାକୁ ଯାଉଛନ୍ତି ଆଉ ଜଣେ ନୂଆ ମୁଖ୍ୟ । କେ.ଶିବନଙ୍କ ସ୍ଥାନରେ ନୂଆ ମୁଖିଆ ହେବେ ଏସ.ସୋମନାଥ । ଆସନ୍ତା ଜାନୁଆରୀ ୧୪ରେ କେ.ଶିବନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଖୋଜୁଛି ନୂଆ ମୁଖିଆ । ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର(VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି ।
ସୋମନାଥଙ୍କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । VSSC ପୂର୍ବରୁ ଏସ. ସୋମନାଥ ଥିରୁଓ୍ବନନ୍ତପୁରମ ସ୍ଥିତ ଲିକ୍ୱଡ୍ ପ୍ରୋପଲ୍ସେନ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ । ଇସ୍ରୋର ରକେଟ୍ ବିକାଶ ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସେ ଲଞ୍ଚ ଡିଜାଇନିଂରେ ବିଶେଷ ରୁଚି ରଖିଛନ୍ତି । କେବଳ ସେତିକି ନୁହେଁ ଏସ୍. ସୋମନାଥ ଲଞ୍ଚ ସିଷ୍ଟମ୍ ଇଞ୍ଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ୍, ଷ୍ଟ୍ରକଚରାଲ ଡାୟନେମକ୍ସ ଏବଂ ପାଇରୋଟେକନିକ୍ସ ଏକ୍ସପର୍ଟ ।