ଦଳ ପ୍ରତି ଅସନ୍ତୋଷ ହୋଇ ଛାଡିଲେ ଖେଳ

ଭୁବନେଶ୍ୱର: ହକି କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଭାରତୀୟ ହକି ଦଳରୁ ଅବସର ନେଲେ ମହିଳା ଖେଳାଳୀ ଲିଲିମା ମିଞ୍ଜ । ତେବେ ତାଙ୍କ ଅବସରର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଅବସର ନିଷ୍ପତ୍ତି ନେଇଛନ୍ତି ଲିଲିମା । ଏନେଇ ସେ ନିଜେ ତାଙ୍କ ସୋଶଲ ମିଡିଆରେ ଘୋଷଣା କରିଛନ୍ତି ।

ସେ ଲେଖିଛନ୍ତି ଯେ ଗତ ଦଶନ୍ଧି ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । କାରଣ ମୋତେ ଦଳର ଏକ ଅଂଶ ହେବାର ଗୌରବ ଏବଂ ସୁଯୋଗ ମିଳିଥିଲା । “ମୁଁ ମୋର ସାଥୀଙ୍କ ସହ ବିତାଇଥିବା ଏହି ସମୟକୁ ମୁଁ ସର୍ବଦା ମନେ ରଖିବି । ଏକଜୁଟ ହୋଇ ଯାଇଥିବା କିଛି ଅପ ଏବଂ ଡାଉନକୁ ବି ମନେ ରଖିବି ।“ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ପାଇଁ ଦଳ ପ୍ରସ୍ତୁତ କରିବାକୁ ଧ୍ୟାନ ଦେବା ସହିତ ମୋର ବିଶ୍ୱାସ ଯେ ଯୁବ ତଥା ପ୍ରତିଭାବାନ ଖେଳାଳିଙ୍କ ପାଇଁ ଦେଶର ପ୍ରତିନିଧିତ୍ୱ କରିବାର ଏହି ମହାନ ସମ୍ମାନର ଅନୁଭବ କରିବାର ସମୟ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହକି ସର୍ବଦା ମୋର ପ୍ରଥମ ପ୍ରେମ । ତେଣୁ ମୁଁ ଘରୋଇ ହକି ଖେଳିବା ଜାରି ରଖିବି ।