୨ ଡୋଜ ପରେ ବି ୩୦ ପ୍ରତିଶତ କରୋନାରେ ସଂକ୍ରମିତ

ସିଙ୍ଗାପୁର: ଓମିକ୍ରନ ସଂକ୍ରଣନ ଭିତରେ ଆସିଛି ନୂଆ ତଥ୍ୟ । ଦୁଇଟି ଡୋଜ ନେଇଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକ ମୃତ୍ୟୁବରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସିଙ୍ଗାପୁରରୁ ଏଭଳି ତଥ୍ୟ ଆସୁଛି । ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ କରୋନା ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନର ପ୍ରକୋପ ଅଧିକ ରହିଛି। ଡେଲଟା କାରଣରୁ ସିଙ୍ଗାପୁରରେ ଯେଉଁ ପରି ସଂକ୍ରମଣ ବ୍ୟାପିଥିଲା ତା ତୁଳନାରେ ଓମିକ୍ରନର ପ୍ରକୋପ ଅଧିକ ରହିପାରେ ବୋଲି ସେ କହିଛନ୍ତି।
ପ୍ରତି ଦିନ ପାଖାପାଖି ୩୦୦୦ ଡେଲଟା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପ୍ରତି ଦିନ ପ୍ରାୟ ୧୦ ହଜାରରୁ ୧୫ ହଜାର ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇ ପାରନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତେବେ ଦେଶ ଯେ କୌଣସି ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି।