ନୂଆଦିଲ୍ଲୀ: ପିଏମଙ୍କ ସୁରକ୍ଷାରେ ପଞ୍ଜାବରେ ହୋଇଥିବା ତ୍ରୁଟି ପ୍ରଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ନେଇ ଏସ୍ପିଜିକୁ ପଞ୍ଜାବ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ତେଣୁ ଡିଜିପିଙ୍କୁ କାରଣ ଦର୍ଶାଅ ନୋଟିସ ସତ୍ତେ୍ୱ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ମେହେଟା କୋର୍ଟଙ୍କୁ ଜଣାଇଛନ୍ତି । ।
ପଞ୍ଜାବ ସରକାର ପକ୍ଷରୁ କୁହାଯାଇଛି ଯେ, ଏହି ମାମଲା ନେଇ ରାଜ୍ୟର ପୋଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ତିନି ଦିନ ମଧ୍ୟରେ ତଦନ୍ତ ପାଇଁ ଏକ ନିରପେକ୍ଷ କମିଟି ଗଠନ କରିବାକୁ ମଧ୍ୟ ପଞ୍ଜାବ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସୁପ୍ରିମକୋର୍ଟ କହିଛନ୍ତି, ମୋଦିଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ପଞ୍ଜାବ ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ପ୍ରଶ୍ନ ହେଲା ଯଦି ତଦନ୍ତ ହେବ, ସେଥିରେ କଣ କରାଯିବ । ଯଦି କେନ୍ଦ୍ର ସରକାର ଦାୟୀ ଅଫିସରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି, ତେବେ କୋର୍ଟ ଏ ପ୍ରସଙ୍ଗରେ କଣ କରିପାରିବେ ।
ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଫିରୋଜପୁର ଗସ୍ତବେଳେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି । ଚଣ୍ଡିଗଡ଼ ଡିଜିପି, ଏନ୍ଆଇଏର ଆଇଜି ଏହି କମିଟିରେ ସଦସ୍ୟ ରହିବେ । ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମଧ୍ୟ କମିଟି ସଦସ୍ୟ ରହିବେ । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ବି କମିଟି ସଦସ୍ୟ ରହିବେ ।