ଜେନେଭା: ବିଶ୍ୱବ୍ୟାପୀ କରୋନାର ଭାରିଆଣ୍ଟ ଓମିକ୍ରନ ଲୋକଙ୍କୁ ହତ୍ୟା କରିଚାଲିଛି । ତେଣୁ ଏହାକୁ ସାମାନ୍ୟ ମନେ କରିବା ଅନୁଚିତ ବୋଲି କହିଛନ୍ତି ଡବ୍ଲୁଏଚଓ । ଏନେଇ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଆଧନୋମ ଗେବ୍ରିୟସସ୍ କହିଛନ୍ତି, ଏହି ନୂଆ ଭାରିଆଣ୍ଟ ଦ୍ୱାରା ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି, ଯାହା ପୂର୍ବର ପ୍ରଭାବଶାଳୀ ଭାରିଆଣ୍ଟ ଡେଲ୍ଟାକୁ ମଧ୍ୟ ପଛରେ ପକାଇ ଦେଇଛି ବହୁ ଦେଶରେ ।
ମୁଖ୍ୟତଃ ଟୀକା ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା ଡେଲ୍ଟା ପରି ସାଂଘାତିକ ହେଉ ନାହିଁ, କିନ୍ତୁ ଏହାକୁ ମାଇଲ୍ଡ କ୍ୟାଟେଗୋରୀରେ ଗଣିବା ଭୁଲ ହେବ । ପୂର୍ବ ଭାରିଆଣ୍ଟ ପରି ଓମିକ୍ରନରେ ହସ୍ପିଟାଲାଇଜେସନ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ରହିଛି । ସୁନାମୀ କରି ସଂକ୍ରମଣ ବୃଦ୍ଧି ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ପଡିଛି । ସେ ଆହୁରି କହିଛନ୍ତି, ଗତ ସପ୍ତ।।ହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୯.୫ ମିଲିୟନ ନୂଆ କେସ ରିପୋର୍ଟ କରିଥିଲା ଯାହା ପୂର୍ବ ସପ୍ତାହ ତୁଳନାରେ ୭୧ ପ୍ରତିଶତ ଅଧିକ ଥିଲା ।