ହିଞ୍ଜିଳି(ରଜନୀକାନ୍ତ ପାତ୍ର): ରାଜ୍ୟରେ ଅନୁଭୂତ ହେଲା ଭୂମିକମ୍ପର ଝଟକା । ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଚିକିଟି ବ୍ଲକରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପାତ୍ରପୁର ଓ ଚିକିଟି ବ୍ଲକରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ ଝଟକା। ତେବେ ଏହି ଭୂକମ୍ପର ପ୍ରଭାବ ମାତ୍ର ୨ ରୁ ୩ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । କିନ୍ତୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଶବ୍ଦ ହୋଇଥିଲା ଏହି ଭୂକମ୍ପ ପାଇଁ ।