ଡିଜିଟାଲ ମୋଡରେ ମହଙ୍ଗା ମାଡ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଡିଜିଟାଲ ପ୍ଲାଟଫର୍ମରେ ଝଟକା । ଅନଲାଇନ ସେବାକୁ ନେଇ ଆସିଛି ଏକ ଏମିତି ଖବର ଯାହା କିଛି ଲୋକଙ୍କ ପାଇଁ ଚିନ୍ତା ଟିକିଏ ବଢାଇ ଦେଇଛି । ଆଜିଠୁ ଅନଲାଇନରେ ଖାଦ୍ୟ ମଗାଇବା ହେଉ କି ଟ୍ୟାକ୍ସି ସେବା ସବୁ ହୋଇଛି ମହଙ୍ଗା । ସ୍ୱିଗି, ଜମାଟୋ ଭଳି କିଛି ଅନଲାଇନ ଫୁଡ ଡେଲିଭରୀ ଆପରେ ଆଜିଠୁ ଲାଗୁ ହେବ ଏକ୍ସଟ୍ରା ୫ ପ୍ରତିଶତ GST । ତେଣୁ ଆଜିଠାରୁ ଗ୍ରାହକମାନଙ୍କ ପାଇଁ ଅନଲାଇନ ଫୁଡିଙ୍ଗ ସେବା ସାମାନ୍ୟ ମହଙ୍ଗା ହେବ ।

Online Food Ordering Statistics Every Restaurateur Should Know!

ତେବେ ଏଭଳି ନିଷ୍ପତ୍ତି ଯେ କେବଳ ଗ୍ରାହକଙ୍କୁ ପ୍ରଭାବିତ କରିବ ତା’ନୁହେଁ । ଏହା ଦ୍ୱାରା ଛୋଟ ରେଷ୍ଟୁରାଣ୍ଟ, ଡେଲିଭରୀ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହେବେ । ଏଭଳି କ୍ଷେତ୍ରରେ ଛୋଟ ହୋଟେଲ ଖାଦ୍ୟ ସାମଗ୍ରୀ ଦର ବଢ଼ାଇବେ ନଚେତ୍ ଅନଲାଇନ୍ ପ୍ଲାଟଫର୍ମରେ ଖାଦ୍ୟ ବିକ୍ରି ବନ୍ଦ କରିବାକୁ ବାଧ୍ୟ ହେବେ । ପୂର୍ବରୁ ରେଷ୍ଟୁରାଣ୍ଟ ଖାଦ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଥିବା ବେଳେ ଆଜିଠୁ ଅତିରିକ୍ତ ୫ ପ୍ରତିଶତ କର ଲାଗୁ ହୋଇଛି ।

ଫୁଡ ଡେଲିଭରୀ ସହିତ ଅନଲାଇନ ପରିବହନ ସଂସ୍ଥାରେ ମଧ୍ୟ ହୋଇଛି ମହଙ୍ଗା ମାଡ । ଅନଲାଇନ ଅଟୋ ରାଇଡ ଉପରେ ଲାଗୁ ହୋଇଛି ୫ ପ୍ରତିଶତ ଅଧିକ GST । ତେବେ ଅଫଲାଇନ ଅଟୋ ସେବାରେ ଏହା କୌଣସି ପ୍ରଭାବ ପକାଇବ ନାହିଁ । ଏହା ସମ୍ପୂର୍ଣ୍ଣ ଟିକସମୁକ୍ତ ରହିବ ।

Online Taxi Service Royalty Free Cliparts, Vectors, And Stock Illustration.  Image 87569172.