ଭୁବନେଶ୍ୱର: ନୂଆବର୍ଷରେ କନିଷ୍ଠ ଶିକ୍ଷକମାନଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୮,୧୦୨ ଜଣ କନିଷ୍ଠ ଶିକ୍ଷକଙ୍କ ଚାକିରି ନିୟମିତ ହୋଇଥିବା ସୂଚନା ଦେଇଛନ୍ତି ଗଣଶକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ କନିଷ୍ଠ ଶିକ୍ଷକମାନଙ୍କ ନିମୟିତ କରିବା ପାଇଁ ସରକାରଙ୍କୁ ଲାଗିତିଲା ୬ ବର୍ଷ ୧୧ ମାସ ସମୟ । ସେହିପରି ୪୦,୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି ।
ଅନ୍ୟ ପକ୍ଷରେ ଶୁକ୍ରବାର ଶିକ୍ଷକ ଏବଂ ଅଧ୍ୟାପକଙ୍କ ପାଇଁ ସପ୍ତମ ବେତନ ଲାଗୁ ହୋଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୨୬ ହଜାର ଶିକ୍ଷକ ଉପକୃତ ହୋଇ ପାରିବେ । ଆସନ୍ତା ଜାନୁଆରୀ ୧ରୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । ଅପର ପ୍ରାଇମେରୀ ସ୍କୁଲ, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ପାଇଥିବା ସ୍କୁଲ, ନୂଆ ସରକାରୀପ୍ରାପ୍ତ ହାଇସ୍କୁଲ, ମଦ୍ରାସା ସ୍କୁଲ ପାଇଁ ଏହା ଲାଗୁ ହେବ । ଏହାଦ୍ବାରା ଶିକ୍ଷକ ଏବଂ ଅଣଶିକ୍ଷକ ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ୧୨୬ କୋଟି ରାଜ୍ୟ ସରକାର ବହନ କରିବେ । ସ୍କୁଲ ଓ କଲେଜ ଗ୍ରାଣ୍ଟ ଇନ୍ ଏଡ୍ ବାବଦକୁ ବାର୍ଷିକ ୧୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବଶୀଘ୍ର ଖାଲିଥିବା ପଦବୀ ପୁରଣ ହେବ । ମୋଟ୍ ୧୫ ହଜାର ୬ ଶହ ୬୪ ଜଣ ଅଧ୍ୟାପକ ଓ କର୍ମଚାରୀ ସୁବିଧା ପାଇବେ ।