ଦଳକୁ ଫେରିଲେ ଅଶ୍ୱୀନ: ନାହାନ୍ତି ରୋହିତ 

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରାିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜରେ ପ୍ରଥମ କରି ଅଧିନାୟକ ପଦ ଗ୍ରହଣ କରୁଥିବା ରୋହିତ ଶର୍ମା କିନ୍ତୁ ଦଳରୁ ବାଦ ପଡିଛନ୍ତି । ଅଭ୍ୟାସ ସମୟରେ ହାତରେ ଲାଗିଥିବା ଆହତ କାରଣରୁ ପ୍ରଥମେ ଟେଷ୍ଟ ଏବଂ ଏବେ ଦିନିକିଆ ଦଳରୁ ମଧ୍ୟ ବାଦ ପଡିଛନ୍ତି ରୋହିତ । ତେବେ ତାଙ୍କ ସ୍ଥାନରେ ଉପଅଧିନାୟକ ଲୋକେଶ ରାହୁଲଙ୍କୁ ମିଳିଛି ଅଧିନାୟକ ଭାର । ସେହିପରି ଉପ ଅଧିନାୟକ ଭାର ଦ୍ରୁତ ବୋଳର ଯଶପ୍ରୀତ ବୁମରାହଙ୍କ କାନ୍ଧରେ ରହିଛି ।

 

ତେବେ ଏହି ସିରିଜରେ କିଛି ପୁରୁଣା ଚେହେରାଙ୍କୁ ପୁଣି ଥରେ ଦେଖିବାକୁ ମିଳିବ । ଯେଉଁମାନେ ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଦଳକୁ ଫେରୁଛନ୍ତି । ଏମାନଙ୍କ ଭିତରେ ସବୁଠାରୁ ବଡ ନାଁ ହେଉଛି ରବିଚନ୍ଦ୍ରନ ଅଶ୍ୱୀନ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଜଲୱା ଦେଖାଇବା ପରେ ତାଙ୍କ ପାଇଁ ଫିଟିଛି ଦିନିକିଆ ରଦ୍ୱାର । ଅଶ୍ୱୀନଙ୍କ ପରେ ଇଣ୍ଡିଆନ ଟିମର ଗବ୍ୱର ଶଖର ଧୱନ ମଧ୍ୟ ଦଳକୁ କମବ୍ୟାକ କରୁଛନ୍ତି । ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ୍‌ ଶର୍ମା ଶୁକ୍ରବାର ଭାରତୀୟ ଦଳ ଘୋଷଣା କରିଛନ୍ତି ।

ଭାରତୀୟ ଦଳ : ଲୋକେସ୍‌ ରାହୁଲ (ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ, ଇଶାନ କିଶନ, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଓ୍ବାଶିଂଟନ ସୁନ୍ଦର, ଜଶପ୍ରୀତ ବୁମରାହ (ଉପଅଧିନାୟକ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ସିରାଜ