ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ବିରାଟ ବ୍ରିଗେଡ । ମ୍ୟାଚର ପଞ୍ଚମ ଦିନରେ ସହଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଘରୋଇ ଦଳ ବିରୋଧରେ ଭର୍ତକୁ ମିଳିଛି ୧୧୩ ରନର ଏକ ବୃହତ ବିଜୟ । ଶେଷ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ରନ ଆବଶ୍ୟକ ଥିବାବେଳେ ଭାରତକୁ ବିଜୟ ପାଇଁ ଆବଶ୍ୟକ ଥିଲା ୬ ଓ୍ବିକେଟ । ତେବେ ସାମୀ, ବୁମରାହ ଏବଂ ସିରାଜଙ୍କ ଦମଦାର ବୋଲିଂ ଯୋଗୁଁ ସହଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।
#TeamIndia go 1-0 up in the series with their first ever Test win at Centurion.#SAvIND pic.twitter.com/DB68dMunHL
— BCCI (@BCCI) December 30, 2021
ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ବିରାଟ କୋହଲୀ । ପ୍ରଥମ ଇନିଂସରେ ଉପ ଅଧିନାୟକ ରାହୁଲଙ୍କ ଶତକୀୟ ପାଳିରେ ଦଳ ୩୨୭ ରନରେ ପହଞ୍ଚିଥିଲା । ତେବେ ଜବାବରେ ଭାରତୀୟ ବୋଲରଙ୍କୁ ସାମନା କରି ପାରି ନଥିଲେ ସାଉଥ ଆଫ୍ରିକାର ଖେଳାଳୀ । ମାତ୍ର ୧୯୭ ରନରେ ହିଁ ସମସ୍ତ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ଟିମ ଇଣ୍ଡିଆ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୫ ଓ୍ବିକେଟ ନେଇ ଘରୋଇ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ପରେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୭୪ରନରେ ଅଲଆଉଟ ହୋଇଥିଲା ଭାରତ ।
A big victory for #TeamIndia in the 1st Test.
Scorecard – https://t.co/eoM8MqSQgO #SAvIND pic.twitter.com/lRWDCAalIZ
— BCCI (@BCCI) December 30, 2021
ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୩୦୫ରନର ଆବଶ୍ୟକ ଥିଲା । କିନ୍ତୁ ଘରୋଇ ଦଳ ଦ୍ବିତୀୟ ଇନିଂସରେ ମାତ୍ର ୧୯୧ରନରେ ଅଲଆଉଟ ହୋଇଯାଇଛି । ଯାହାଫଳରେ ଭାରତ ୧୧୩ରନର ବୃହତ ବ୍ୟବଧାନରେ ବିଜୟୀ ହୋଇଛି । ଦଳ ପକ୍ଷରୁ ଯଶପ୍ରୀତ ବୁମରାହ ୫୦ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସାମୀ ୬୩ରନ ଦେଇ ୩ ଓ୍ବିକେଟ, ସିରାଜ ୪୭ରନ ଦେଇ ୨ ଓ୍ବିକେଟ ଏବଂ ଅଶ୍ବିନ ୧୮ରନଦେଇ ୨ ଓ୍ବିକେଟ ନେଇଛନ୍ତି ।
